ମୁମ୍ବାଇ: ମଙ୍ଗଳବାର ରାତିରେ ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ୨୦୨୪(ଡିପିଆଇଏଫଏଫ)ର ସମାରୋହ ଅନୁଷ୍ଠିତ ହୋଇଥିଲା। ବଲିଉଡର ସମସ୍ତ ବଡ଼ ବଡ଼ ତାରକାଙ୍କ ଉପସ୍ଥିତିରେ ଏହି ଚମତ୍କାର ସନ୍ଧ୍ୟାରେ ସେହି ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଥିଲା ଯାହା ଗତ ବର୍ଷ ମୁକ୍ତିଲାଭ କରିଥିଲା ​। ୨୦୨୩ମସିହାରେ ତିନୋଟି ବଡ ହିଟ୍ ଚଳଚ୍ଚିତ୍ର ସହିତ ବଡ଼ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିବା ଶାହାରୁଖ ଖାନଙ୍କୁ ‌ଶ୍ରେଷ୍ଠ ଅଭିନେତା ଭା‌ବେ ସମ୍ମାନିତ କରାଯାଇଛି।

Advertisment

ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ମିଳିଥିବା ବ୍ୟକ୍ତିତ୍ବଙ୍କ ନାମ...

୧. ଖଳନାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା - ବବି ଦେଓଲ୍ (ଆନିମଲ)
୨. ଶ୍ରେଷ୍ଠ ନିର୍ଦ୍ଦେଶକ- ସନ୍ଦୀପ ରେଡ୍ଡୀ ବାଙ୍ଗା (ଆନିମଲ)
୩. ଶ୍ରେଷ୍ଠ ଅଭିନେତ୍ରୀ- ରାଣୀ ମୁଖାର୍ଜୀ (ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ)
୪. ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ ଚଏସ୍) - ବିକି କୌଶଲ (ସାମ୍ ବାହାଦୂର)
୫. ଶ୍ରେଷ୍ଠ ଅଭିନେତା- ଶାହାରୁଖ ଖାନ (ଯବାନ)
୬. ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଅନିରୁଦ୍ଧ ରବିଚନ୍ଦର (ଯବାନ)
୭. ଶ୍ରେଷ୍ଠ ଗାୟକ (ପୁରୁଷ) - ବରୁଣ ଜୈନ (ଜରା ହଟକେ ଜରା ବଚକେ)
୮. ଶ୍ରେଷ୍ଠ ଗାୟିକା (ମହିଳା) - ଶିଳ୍ପା ରାଓ (ପଠାନ୍)

୯. ଶ୍ରେଷ୍ଠ ଚଳଚ୍ଚିତ୍ର - ଯବାନ
୧୦. ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍ସ ଚଏସ୍)- ଟୁଏଲଭଥ ଫେଲ୍।
୧୧. ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ) - କରୀନା କପୁର ଖାନ (ଜାନେଜାଁ)
୧୨. ବ୍ୟଙ୍ଗ ଭୂମିକାରେ ଶ୍ରେଷ୍ଠ ଅଭିନେତା - ଆୟୁଷ୍ମାନ ଖୁରାନା (ଡ୍ରିମ ଗଲ୍-୨)

୧୩. ବ୍ୟଙ୍ଗ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ - ସାନିଆ ମଲହୋତ୍ରା (କଟହଲ)
୧୪. ଶ୍ରେଷ୍ଠ ସହ-ଅଭିନେତ୍ରୀ - ଡିମ୍ପଲ୍ କପାଡିଆ (ପଠାନ୍)
୧୫. ବହୁ ପ୍ରତିଭାସମ୍ପର୍ଣ୍ଣ ଅଭିନେତ୍ରୀ- ନୟନତାରା
୧୬. ସର୍ବାଧିକ ପ୍ରତିଶ୍ରୁତିସମ୍ପର୍ଣ୍ଣ ଅଭିନେତ୍ରୀ- ଅଦା ଶର୍ମା (ଦି କେରଳ ଷ୍ଟୋରୀ)
୧୭. ଶ୍ରେଷ୍ଠ ନିର୍ଦ୍ଦେଶକ (କ୍ରିଟିକ୍ସ) - ଅଟଲି (ଯବାନ)