ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି | ତାଙ୍କ ଚଳଚ୍ଚିତ୍ର ସହିତ କିଙ୍ଗ ଖାନ ବ୍ୟବସାୟରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରି ଲାଭବାନ ହୋଇଛନ୍ତି। ଫିଲ୍ମ ସହ ବ୍ୟବସାୟରୁ ଅର୍ଥ ଅର୍ଜନ କରି ଇତିହାସ ସୃଷ୍ଟି କରିଥିବା କିଙ୍ଗ ଖାନଙ୍କ ନାମ କିଛି ଦିନ ତଳେ ଅମ୍ବାନୀ-ଅଦାନୀଙ୍କ ପରି ଧନୀକ ବ୍ୟକ୍ତି ଥିବା ତାଲିକାରେ ସାମିଲ ହୋଇଥିଲା । ଶାହାରୁଖ ଖାନ 'ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪'ରେ ଡେବ୍ୟୁ କରିଥିଲେ । ଏହି ଉପଲବ୍ଧୀ ପରେ ଏବେ ବଲିଉଡର କିଙ୍ଗ ଖାନ ସର୍ବାଧିକ ଆୟକର ଦାତା ହୋଇଛନ୍ତି।

Advertisment

ଫର୍ଚୁନ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଶାହାରୁଖ ୨୦୨୪ଆର୍ଥିକ ବର୍ଷ ପାଇଁ ୯୨କୋଟି ଟଙ୍କାର ଆୟକର ଦେଇଛନ୍ତି। ଏତେ କୋଟିର ଆୟକର ପାଇଁ ସେ ଏବେ ନଂ ୧ ଆୟକରଦାତା ହୋଇଛନ୍ତି। ଏହି ତାଲିକାରେ ତାମିଲ ଅଭିନେତା ବିଜୟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତା ୮୦କୋଟି ଟଙ୍କା ଆୟକର ଦେଇଥିବା ଜଣପେଡ଼ିଛି ।

ଶାହରୁଖ ଓ ବିଜୟଙ୍କ ପରେ ତୃତୀୟ ସ୍ଥାନରେ ସଲମାନ ଖାନ୍(୭୫କୋଟି), ଚତୁର୍ଥ ସ୍ଥାନରେ ଅମିତାଭ ବଚ୍ଚନ(୭୧କୋଟି) ଓ ପଞ୍ଚମ ସ୍ଥାନରେ ବିରାଟ କୋହଲି(୬୬କୋଟି) ଥିବା ଦେଖାଯାଇଛି।

ଏ ଖବର ପଢ଼ନ୍ତୁ-https://sambad.in/crime/up-woman-allegedly-assaulted-robbed-by-ambulance-staff-6950592

ଏ ଖବର ପଢ଼ନ୍ତୁ- https://sambad.in/sports/virat-kohli-pays-income-tax-equal-to-ms-dhoni-and-sachin-tendulkar-combined-6950807