ବିବାହ ପରେ ଟଙ୍କା ନଥିବାରୁ ପ୍ୟାରିସ୍‌ କହି ଗୌରୀଙ୍କୁ ଦାର୍ଜିଲିଂ ନେଇ ଯାଇଥିଲେ ଶାହାରୁଖ୍‌ ଖାନ୍‌

ମୁମ୍ବାଇ : ବଲିଉଡ୍‌ର ଚର୍ଚ୍ଚିତ ଦମ୍ପତିମାନଙ୍କ ମଧ୍ୟରୁ ସବୁଠୁ ଉପରେ ରହିଛନ୍ତି ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍‌ । ଦୁହେଁ ଅକ୍ଟୋବର ୨୫, ୧୯୯୧ରେ ବିବାହ କରିଥିବା ବେଳେ ଏବେ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ପୂର୍ବଭଳି ଭଲ ପାଇବା ରହିଛି । ତେବେ ବିବାହ ପରେ ଶାହାରୁଖ୍‌ଙ୍କ ପାଖରେ ଟଙ୍କା ନଥିବାରୁ ପ୍ୟାରିସ୍‌ କହି ସେ ଗୌରୀଙ୍କୁ ଦାର୍ଜିଲିଂ ବୁଲାଇ ନେଇଥିଲେ ବୋଲି କହିଛନ୍ତି । ଏକ ଆଓ୍ଵାର୍ଡ ସୋ’ରେ ତାଙ୍କର ଏବଂ ଗୌରୀଙ୍କ ଏକ ଫଟୋ ଦେଖାଇ ଫଟୋ ପଛର କାରଣ ପଚରାଯିବା ପରେ ଶାହାରୁଖ୍‌ ନିଜର ପୁରୁଣା ଦିନକୁ ମନେ ପକାଇଥିଲେ ।

Hindustan Times

ତାଙ୍କ କହିବା ଅନୁଯାୟୀ, ବିବାହ ପୂର୍ବରୁ ସମସ୍ତଙ୍କ ଭଳି ମୁଁ ମଧ୍ୟ ଗୌରୀଙ୍କୁ ପ୍ୟାରିସ ନେଇ ଆଇଫିଲ ଟାଓ୍ଵାର ଦେଖାଇବି ବୋଲି ପ୍ରତିଶ୍ରୁତି ଦେଇଥିଲି । କିନ୍ତୁ ମୋ ପାଖରେ ସେତେ ଅର୍ଥ ନଥିଲା । ବିବାହର ୨୦-୩୦ ଦିନ ମଧ୍ୟରେ ମୋତେ ମୋର ଫିଲ୍ମର ସୁଟିଂ କରିବା ପାଇଁ ଦାର୍ଜିଲିଂ ଯିବାକୁ ଥିବା ବେଳେ ମୁଁ ଗୌରୀଙ୍କୁ ନେଇ ଯାଇଥିଲି । ସେତେବେଳେ ବିଦେଶ ଯାତ୍ରା ବିଷୟରେ ଗୌରୀଙ୍କୁ କିଛି ଜଣା ନଥିବାରୁ ତାଙ୍କୁ ସନ୍ଦେହ ମଧ୍ୟ ହୋଇ ନଥିଲା ।

ସମ୍ବନ୍ଧିତ ଖବର