ପୁଣି ଥରେ କାମକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି କିଙ୍ଗ ଖାନ, ନିର୍ଦେଶକଙ୍କ ଆଗରେ ରଖିଲେ ଏଭଳି ସର୍ତ୍ତ

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପରିବାର ଗତ କିଛି ଦିନ ହେବ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଡ୍ରଗ୍ସ ମାମଲାରେ ପୁଅ ଆରୟନ ଖାନ ଧରାପଡ଼ିବା ପରେ, ତାଙ୍କୁ ଜାମିନରେ ଆଣିବା ପାଇଁ ଶାହାରୁଖ ବହୁ ଉଦ୍ୟମ କରିଥିଲେ। ଯେତେବେଳେ ଆରୟନ ଧରାପଡିଥିଲେ, ଶାହରୁଖ ଖାନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପଠାନ୍’ର ସୁଟିଂ କରୁଥିଲେ। ପୁଅର ଗିରଫ ଖବର ଶୁଣି ସେ ତୁରନ୍ତ ସ୍କଟଲ୍ୟାଣ୍ଡରୁ ଫେରି ଆସିଥିଲେ।

ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଥିବାରୁ ଶାହରୁଖ ଖାନ ଶୀଘ୍ର କାମକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଶାହରୁଖ ଖାନ କାମକୁ ଫେରିବା ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ଶାହରୁଖ ଖାନଙ୍କ ଏହି ଆବେଦନ ତାଙ୍କ ପରିବାରକୁ ଧ୍ୟାନରେ ରଖି କରିଛନ୍ତି।

Shah Rukh Khan to resume work, will leave for Spain in December for Pathan  Shoot | India Forums

କିଙ୍ଗ ଖାନ ନିର୍ଦ୍ଦେଶକଙ୍କୁ କହିଛନ୍ତି, ସେ ତାଙ୍କ ସିନେମା ସୁଟିଂକୁ ଭାଗ ଭାଗ କରି ଦିଅନ୍ତୁ। ଯାଦ୍ବାରା ସେ ତାଙ୍କ ଘରକୁ ଯାଇପାରିବେ। ଶାହରୁଖ ଖାନ ତାଙ୍କ ପରିବାରକୁ କେତେ ଗୁରୁତ୍ୱ ଦିଅନ୍ତି ତାହା ସମସ୍ତେ ଜାଣିଛନ୍ତି।

ତେବେ ଆରୟନ ଖାନଙ୍କ ମାମଲା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ । ଆରୟନଙ୍କୁ ମଝିରେ ମଝିରେ ଏନସିବି ସମ୍ମୁଖରେ ହାଜର ହେବାକୁ ପଡିବ। କେବଳ ଏତିକି ନୁହେଁ, ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କୁ ମଧ୍ୟ କୋର୍ଟରେ ବି ହାଜର ହେବାକୁ ପଡ଼ିବ ଏବଂ ଶାହରୁଖ ଖାନଙ୍କ ଏହି ସବୁ କ୍ଷେତ୍ରରେ ଜଡିତ ହେବା ଅତ୍ୟନ୍ତ ସ୍ୱାଭାବିକ ।

ସମ୍ବନ୍ଧିତ ଖବର