ବଲିଉଡ ଅଭିନେତା ଶାହରୁଖ ଖାନ୍, ପ୍ରିୟଙ୍କା ଚୋପ୍ରା, ଲେଡି ଗାଗା, ପଲ୍ ମ୍ୟାକକ୍ୟାର୍ଟନି, ଟେଲର ସ୍ବିଫ୍ଟ, ବିଲି ଏଲିସ୍, ଦି ରୋଲିଂ ଷ୍ଟୋନ୍ସ, ବିୟନ୍ସଙ୍କୁ ନେଇ ଏକ ସ୍ବତନ୍ତ୍ର ସଂଗୀତ, କମେଡିଓ ବ୍ୟକ୍ତିଗତ ଭିଡିଓ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ଲେଡି ଗାଗା ଆଗ ଧାଡ଼ିର ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଏକ ପ୍ରେମପତ୍ର ପଢ଼ି ଶୁଣାଇଥିଲେ। ଶାହରୁଖ ଖାନ୍ ଭାରତରେ କରୋନା ସଂକ୍ରମଣ ଜନିତ ସ୍ଥିତି ସମ୍ପର୍କରେ କହିଥିଲେ। ସେ କିଭଳି ପିପିଇ ଯୋଗାଇ ଦେବାକୁ ଏକ ଟିମ୍ରେ କାମ କରୁଛନ୍ତି ଏବଂ କ୍ବାରାଣ୍ଟିନ କେନ୍ଦ୍ରରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଏହା ଯୋଗାଇ ଦେଉଛନ୍ତି ସେ ସମ୍ବନ୍ଧରେ କହିଥିଲେ। ପ୍ରିୟଙ୍କା ଚୋପ୍ରା ବିଶ୍ବରେ ଫସି ରହିଥିବା ଶରଣାର୍ଥୀଙ୍କ ପାଇଁ ଏ ସମୟ କିଭଳି ଆହ୍ବାନ ପାଲଟିଛି ସେ ସମ୍ବନ୍ଧରେ କହିଥିଲେ। ଏଥିସହ ଶରଣାର୍ଥୀମାନେ ଆଶ୍ରୟ ନେଇଥିବା ସ୍ଥାନରେ ସେମାନଙ୍କ ପାଇଁ ସ୍ବାସ୍ଥ୍ୟର ଯତ୍ନ, ସ୍ବଚ୍ଛ ପିଇବା ପାଣି ଓ ପରିଚ୍ଛନ୍ନତାକୁ ଧ୍ୟାନ ଦେବାକୁ କହିଥିଲେ। ଗାଗା ନିଜ ପ୍ରଶଂସକଙ୍କ ପାଇଁ କିଛି ଗୀତ ଗାଇବା ସହ ଆଶାର ବାର୍ତା ଦେଇଥିଲେ। ସେ ସ୍ବାସ୍ଥ୍ୟକର୍ମୀ, ଗ୍ରୋସରି ଦୋକାନୀ, ଡେଲିଭରି ଦେଉଥିବା ବ୍ୟକ୍ତିବିଶେଷ, ସ୍ବେଚ୍ଛାସେବୀ ସଂଗଠନର ପ୍ରଶଂସା କରି ସେମାନଙ୍କ ଉଦ୍ଦେଶ୍ୟରେ ନିଜର ଭଲ ପାଇବା ବ୍ୟକ୍ତ କରିବା ସହ ତାଙ୍କର ଏହି କଠିନ ଶ୍ରମ ସର୍ବଦା ମନେ ରହିବ ବୋଲି କହିଥିଲେ। ବିୟନ୍ସ କରୋନାରେ ମୃତ୍ୟୁମୁଖରେ ପଡ଼ୁଥିବା ବହୁ ସଂଖ୍ୟାରେ କୃଷ୍ଣକାୟ ଆମେରିକୀୟଙ୍କ କଥା ଉଲ୍ଲେଖ କରିବା ସହ ସମସ୍ତେ ନିଜକୁ ଏ ସମୟରେ ସୁରକ୍ଷିତ ରଖନ୍ତୁ ବୋଲି କହିଥିଲେ।
ପ୍ରିୟଙ୍କା, ଶାହରୁଖ ଓ ଲେଡି ଗାଗାଙ୍କ ବିଶ୍ବବାସୀଙ୍କୁ ବାର୍ତା
/sambad/media/post_attachments/wp-content/uploads/2020/04/pjimage-1-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)