ମୋ ଅଫିସ କେବେ ଡ଼ିଜାଇନ୍‌ କରିବ? ଶାହାରୁଖ୍‌ ଏହି ପ୍ରଶ୍ନ କରିବା ପରେ ଏଭଳି ଉତ୍ତର ରଖିଲେ ପତ୍ନୀ ଗୌରୀ ଖାନ୍‌

ମୁମ୍ବାଇ : ଫିଲ୍ମ ସହ ସୋସିଆଲ ମିଡ଼ିଆରେ ମଧ୍ୟ ଅଧିକ ସକ୍ରିୟ ରହନ୍ତି ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ । ନିଜ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ତାଙ୍କୁ ଅନେକ ଥର ଲାଇଭ୍‌ ଚାଟ୍‌ କରୁଥିବାର ମଧ୍ୟ ଦେଖାଯାଇଥାଏ । ବେଳେ ବେଳେ ସେ ନିଜ ପରିବାରିକ ଫଟୋ ମଧ୍ୟ ନିଜ ପ୍ରଶଂସକଙ୍କ ସହ ସେୟାର କରିଥାନ୍ତି। କିନ୍ତୁ ପ୍ରଥମ ଥର ପାଇଁ ତାଙ୍କୁ ସୋସିଆଲ ମିଡ଼ିଆରେ ସାର୍ବଜନିକ ଭାବରେ ନିଜ ପତ୍ନୀ ଗୌରୀ ଖାନ୍‌ଙ୍କ ସହ କଥା ହେଉଥିବାର ଦେଖାଯାଇଛି ।

ସୂଚନା ମୁତାବକ, ଗୌରୀ ଖାନ୍‌ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ । ଯେଉଁ ଫଟୋର କମେଣ୍ଟ ବକ୍ସରେ ଶାହାରୁଖ୍‌ ଗୌରୀଙ୍କୁ ଏକ ପ୍ରଶ୍ନ କରିଥିବାର ଦେଖାଯାଇଥିଲା । ‘ମୋର ଅଫିସ କେବେ ଡ଼ିଜାଇନ୍‌ କରିବ’ ବୋଲି ଶାହାରୁଖ୍‌ ଗୌରୀଙ୍କ ଫଟୋରେ କମେଣ୍ଟ ଦେବା ପରେ ଗୌରୀ ଶାହାରୁଖ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ ‘ଯେତେ ଶୀଘ୍ର କାମରୁ ସମୟ ମିଳିବ’ ବୋଲି ଗୌରୀ ଉତ୍ତର ରଖିଥିଲେ । ଗୌରୀ ପେସାରେ ଜଣେ ଇଣ୍ଟେରିୟର ଡ଼ିଜାଇନର ହୋଇଥିବାରୁ ନିଜେ ସଜାଇଥିବା ଏକ ରୁମ୍‌ର ଫଟୋ ସେ ଇନ୍‌ଷ୍ଟାରେ ଛାଡ଼ିବା ପରେ ଶାହାରୁଖ୍‌ ତାଙ୍କୁ ଏଭଳି ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି ।

jansatta.com
ସମ୍ବନ୍ଧିତ ଖବର