ଶହାରୁଖ୍‌ଙ୍କ ଝିଅ ସୁହାନାଙ୍କୁ ମିଳିଲା ପ୍ରଥମ ପ୍ରୋଜେକ୍ଟ, ଫଟୋ ସୁଟ୍‌ ଆରମ୍ଭ କରିବେ ସୁହାନା

ମୁମ୍ବାଇ : ବଲିଉଡ଼ରେ ଏବେ ଷ୍ଟାରକିଡ୍‍ଙ୍କ ଜମାନା ଆରମ୍ଭ ହୋଇଛି । ପରିଚିତ କଳାକାରମାନଙ୍କର ପିଲାମାନେ ଏବେ ସେମାନଙ୍କ ମାତା-ପିତାଙ୍କ ପଥ ଅନୁସରଣ କରି ଫିଲ୍ମ ଲାଇନ୍‌ରେ ପାଦ ରଖି ସାରିଛନ୍ତି । ନିକଟ ଅତୀତରେ ଜାହ୍ନବୀ କପୁର. ଇଶାନ ଖଟ୍ଟର. ସାରା ଅଲ୍ଲୀ ଖାନ୍‌,ଶ୍ରଦ୍ଧା କପୁର,ଟାଇଗର ଶ୍ରଫ୍‌ ଅଦି ବଲିଉଡ଼ରେ ପାଦ ଦେଇ ସାରିଥିବା ବେଳେ ଆଉ କିଛି ଷ୍ଟାରକିଡ଼୍‍ ବଲିଉଡରେ ପାଦ ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିରେ ପଛରେ ନାହାନ୍ତି ବଲିଉଡ୍‌ ବାଦ୍‌ଶାହ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ । ଆଗରୁ ଅନେକ ଥର ବଲିଉଡ୍‌ ଆସିବାକୁ ନେଇ ଚର୍ଚ୍ଚା ହୋଇ ସାରିଥିବା ବେଳେ ଏବେ ତାହାର ସ୍ପଷ୍ଟ ସୂଚନା ଦେଇଛନ୍ତି ମା’ ଗୌରୀ ଖାନ୍‌ ।

 ସେ ଏବେ ଏକ ମାଗାଜିନ୍‌ର କଭର ଗାର୍ଲ ହେବା ପାଇଁ ଫଟୋସୁଟ୍‌ କରିବାକୁ ଚୁକ୍ତିବଦ୍ଧ ହୋଇଥିବା ଖବରକୁ ସତ ବୋଲି ସ୍ପଷ୍ଟ କରିବା ସହ ସୁହାନା ଖୁବ୍‌ ଶୀଘ୍ର ଏହାର ସୁଟିଂ ଆରମ୍ଭ କରିବେ ବୋଲି କହିଛନ୍ତି । ସୋସିଆଲ ସାଇଟ୍‌ମାନଙ୍କରେ ସୁହାନାଙ୍କ ଫଟୋ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଏବେ ତାଙ୍କ ଫୋଟୋସୁଟ୍‌କୁ ନେଇ ତାଙ୍କ ପ୍ରଶଂସକ ବହୁତ ଉତ୍ସାହିତ ଅଛନ୍ତି ବୋଲି ଜଣାପଡ଼ିଛି । ପୂର୍ବରୁ ନିଜ ଝିଅର ବଲିଉଡରେ ଏଣ୍ଟ୍ରିକୁ ନେଇ ଶହାରୁଖ୍‌ଙ୍କୁ ପଚରା ଯାଇଥିଲେ । ତାଙ୍କ କହିବା ଅନୁଯାୟୀ, ମୋ ଝିଅ ଭିତରେ ଜଣେ ଅଭିନେତ୍ରୀ ହେବାର ନିଶା ଥିବା ମୁଁ ଦେଖିଛି । କିନ୍ତୁ ସେ ତା’ ପାଠପଢ଼ା ସାରିବା ପରେ ଯାହା କରିବ ବୋଲି ମୁୁଁ କହିଛି । ଜଣେ ଭଲ ଅଭିନେତ୍ରୀ ହେବାକୁ ହେଲେ ସୁହାନାକୁ ଯେତିକି ଟଙ୍କା ମୋତେ ପାରିଶ୍ରମିକ ମିଳୁଛି ତା’ଠାରୁ ବହୁତ କମ ପାରିଶ୍ରମିକରେ ମୋ ଠାରୁ ୫ଗୁଣ ଅଧିକ ପରିଶ୍ରମ କରିବାକୁ ହେବ।
ଅଭିନୟରେ ରହିବା ପାଇଁ ଅଭିନେତ୍ରୀମାନେ କେତେ କଷ୍ଟ କରୁଛନ୍ତି ସେ ବିଷୟରେ ମୋ ଝିଅ ଜାଣିବା ସହ ଅନୁଭବ କଲେ ହିଁ ଜଣେ ଭଲ ଅଭିନେତ୍ରୀ ହୋଇ ପାରିବ ବୋଲି ମୁଁ ଭାବୁଛି । ତେବେ ବହୁତ ଶୀଘ୍ର ସୁହାନାଙ୍କୁ ଦର୍ଶକେ ପରଦା ଉପରେ ଦେଖିବେ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର