ଏକାଠି ନଜର ଆସିବେ ଶାହରୁଖ୍‌-ସଲ୍‌ମାନ୍‌

ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଓ ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କୁ ପୁଣିଥରେ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ଏନେଇ ଆଜି ବି-ଟାଉନ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଚଳଚ୍ଚିତ୍ରରେ ଶାହରୁଖ୍‌ଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ଓ ସଲ୍‌ମାନ୍‌ ଏଥିରେ କେମିଓ (ଅତିଥି କଳାକାର) ଭାବେ ନଜର ଆସିବେ। ମିଳିଥିବା ସୂଚନା ମୁତାବକ, ଚଳଚ୍ଚିତ୍ରରେ ଦୀପିକା ପାଦୁକୋଣ ଶାହରୁଖ୍‌ଙ୍କ ବିପକ୍ଷରେ ଅବତୀର୍ଣ୍ଣ ହେବେ। ଏଥିସହ ଅଭିନେତା ଜନ୍‌ ଇବ୍ରାହମ୍‌ଙ୍କୁ ଏଥିରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ତେବେ ଚଳଚ୍ଚିତ୍ରର ଶୀର୍ଷକ ବିଷୟରେ ଏବେ କୌଣସି ସୂଚନା ମିଳିନାହିଁ। ଏହା‌ କେବେ ମୁକ୍ତିଲାଭ କରିବ ବି ‌ନିର୍ମାତାମାନେ ଘୋଷଣା କରିନାହାନ୍ତି।

ସମ୍ବନ୍ଧିତ ଖବର