ମୁମ୍ବାଇ : ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଏ ଏବଂ ସେ ବାସ୍ତବ ଜୀବନରେ ମଧ୍ୟ ଏକ ରାଜା ଭାବରେ ଜୀବନ ବଞ୍ଚନ୍ତି | ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି | ତାଙ୍କ ଅଭିନୟ ବଳରେ ସେ ଆଜି ସାରା ବିଶ୍ବରେ ପରିଚିତ ହୋଇପାରିଛନ୍ତି। ବଲିଉଡର କିଙ୍ଗ ବନିସାରିଥିବା ଶାହରୁଖଙ୍କୁ ଏବେ ତାଙ୍କ କାମ ପାଇଁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି। ଲୋକାର୍ଣ୍ଣୋ ଫିଲ୍ମ ଫେଷ୍ଟିଭାଲରେ ତାଙ୍କୁ ଏହି ପୁରସ୍କାର ମିଳିଛି।

Advertisment

ଏତେ ବଡ଼ ସମ୍ମାନ ମିଳିବା ପରେ ଶାହରୁଖଙ୍କୁ ପଚରାଯାଇଥିଲା ‌ଯେ, "ସେ ସବୁଦିନ ପାଇଁ ଅଭିନୟ କରିବାକୁ ଚାହାନ୍ତି କି?" ଉତ୍ତରରେ ଶାହରୁଖ କହିଥିଲେ, "ମୁଁ ସବୁଦିନ ପାଇଁ ଅଭିନୟ କରିପାରିବି କି? ହଁ, ମୁତ୍ୟୁ ପର୍ଯ୍ୟନ୍ତ ନିଶ୍ଚିତ। ମୋର ସ୍ବପ୍ନ ହେଲା ସୁଟିଂ ସେଟରେ କିଏ ଜଣେ ଆକ୍ସନ କହିବ ଏବଂ ମୁଁ ମିରିଯିବି। କଟ୍ କହିବା ପରେ ବି ଆଉ ଉଠିବିନି।" ତାଙ୍କର ଏହି ଉତ୍ତର ଏବେ ଭାଇରାଲ ହେବାରେ ଲାଗିଛି।

ଯଦି ଆମେ ଶାହରୁଖଙ୍କ ଆଗାମୀ ଫିଲ୍ମ ବିଷୟରେ କହିବା ତେବେ ସେ ଆଗକୁ ସୁଜୟ ଘୋଷଙ୍କ ଫିଲ୍ମ 'କିଙ୍ଗ'ରେ ନଜର ଆସିବେ। ଏଥିରେ ତାଙ୍କ ଝିଅ ତାଙ୍କ ସହ ପ୍ରଥମ କରି କାମ କରିବେ ବୋଲି ଜଣାଯାଇଛି।