ଇଦ୍‌ରେ ଶାହରୁଖ୍‌ ଆବରମ୍‌ଙ୍କ ଫଟୋ ସେୟାର କଲେ

ସମଗ୍ର ଦେଶରେ ଇଦ୍‌ ପାଳନ ଅବସରରେ ସମସ୍ତ ସେ‌ଲେବ୍ରିଟିଙ୍କୁ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି। ଏଣେ ଶାହରୁଖ୍‌ ଖାନ୍‌ ସ୍ବତନ୍ତ୍ର ଭାବେ ନିଜ ପ୍ରଶଂସକମାନଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି। ସେ ଅବରାମଙ୍କ ମୋନୋକ୍ରୋମ ଫଟୋ ସେୟାର କରିଛନ୍ତି। ସେଇ ଫଟୋରେ ଅବରାମ ହାତ ଉଠାଇ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ‌ଶାହରୁଖ୍‌ ଲେଖିଛନ୍ତି, ସମସ୍ତଙ୍କୁ ଇଦ୍‌ ମୁବାରକ୍‌। ଏହି ଦିନ ଓ ବାସ୍ତବରେ ସମସ୍ତ ଦିନ ମୋର ସମସ୍ତ ପ୍ରିୟଜନଙ୍କ ଜୀବନରେ ଶାନ୍ତି, ଖୁସି ଓ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି। ଶାହରୁଖ୍‌ଙ୍କ ଏହି ପୋ‌ଷ୍ଟ୍‌କୁ ପ୍ରଶଂସକମାନେ ବହୁ କମେଣ୍ଟ୍‌ କରୁଛନ୍ତି। କିଛି ଦିନ ହେବ ଖବର ମିଳୁଛି ଯେ ନିର୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଆକ୍ସନ ଡ୍ରାମା ଫିଲ୍ମରେ ଶାହରୁଖ୍‌ ପୁଣି ବଡ଼ ପରଦାକୁ ଫେରିବେ। ସୂଚନାଯୋଗ୍ୟ ଶାହରୁଖ୍‌ ଶେଷଥର ପାଇଁ ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ‘ଜିରୋ’ ଚଳଚ୍ଚିତ୍ରରେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର