ଶାହାରୁଖ୍‌ଙ୍କ ସିଗ୍‌ନେଚର ପୋଜ୍‌ ମାଧ୍ୟମରେ ସଡ଼କ ଦୁର୍ଘଟଣା କମ କରିବାର ପ୍ରୟାସ କଲା ଟ୍ରାଫିକ ପୁଲିସ, କେମିତି ଜାଣନ୍ତୁ…

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଏବଂ ସେମାନଙ୍କୁ ସତର୍କ କରାଇବା ପାଇଁ ଟ୍ରାଫିକ ପୁଲିସ ତରଫରୁ ଅନେକ ସମୟରେ ବିଭିନ୍ନ ପ୍ରକାରର ପ୍ରୟାସ କରାଯାଉଛି । ବଲିଉଡ୍‌ର ବିଭିନ୍ନ ଗୀତ ମାଧ୍ୟମରେ ବିଭିନ୍ନ ରାଜ୍ୟର ଟ୍ରାଫିକ ପୁଲିସ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରୟାସ କରୁଥିବା ଦେଖାଯାଇଛି । ଏବେ ପୁଣି ଥରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଆସାମ ଟ୍ରାଫିକ ପୁଲିସ ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ଙ୍କ ସିଗ୍‌ନେଚର ପୋଜର ବ୍ୟବହାର କରିଥିବା ଦେଖିବାକୁ ମିଳିଛି ।

ଆସାମ ପୁଲିସର ଏହି ବିଜ୍ଞାପନ ଏବେ ଟ୍ଵିଟରରେ ଭାଇରାଲ ହେବାରେ ଲାଗିଥିବା ବେଳେ ଆସାମ ପୁଲିସର ଏହି ପ୍ରୟାସକୁ ଲୋକମାନେ ପ୍ରଶଂସା କରିଛନ୍ତି । ଟ୍ଵିଟରରେ କରାଯାଇଥିବା ପୋଷ୍ଟରେ ଟ୍ରାଫିକ୍‌ ସିଗ୍‌ନାଲରେ ଶାହାରୁଖ୍‌ଙ୍କ ପୋଜ୍‌ ସହ ଟ୍ରାଫିକ୍‌ ନିୟମ ପାଳନ କରିବା ଦରକାର ବୋଲି ବାର୍ତ୍ତା ଦିଆଯାଇଥିବା ଦେଖା ଯାଇଛି । ଆସାମ ପୁଲିସର ଏହି ପ୍ରୟାସକୁ ସମର୍ଥନ ଜଣାଇ ଶାହାରୁଖ୍‌ ଏହି ପୋଷ୍ଟକୁ ରିଟ୍ଵିଟ୍‌ କରି ମୋର ଏହି ପୋଜ୍‌କୁ ବ୍ୟବହାର କରି ଏ ପର୍ଯ୍ୟନ୍ତ ଦିଆଯାଇଥିବା ବାର୍ତ୍ତାରୁ ଏହା ହେଉଛି ସର୍ବଶ୍ରେଷ୍ଠ ବାର୍ତ୍ତା । ଦୟାକରି ଟ୍ରାଫିକ ନିୟମ ମାନନ୍ତୁ ବୋଲି ଲେଖିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର