ବଲିଉଡ୍‌ ନୁହେଁ ହଲିଉଡ୍‌ରେ ଡେବ୍ୟୁ କରି ପାରନ୍ତି ଶାହରୁଖ୍‌ଙ୍କ ପୁଅ ଅୟାନ, ପ୍ରଯୋଜକଙ୍କ ପାଖରେ ପୁଅର ଫଟୋ ନେଇ ପହଞ୍ଚିଲେ ଶାହରୁଖ୍‌

ମୁମ୍ବାଇ : ବଲିଉଡ୍‌ରେ କିଙ୍ଗ୍‌ ଖାନ୍‌ଙ୍କ ନାମରେ ପ୍ରସିଦ୍ଧ ଥିବା ଅଭିନେତା ଶାହରୁଖ୍‌ ଖାନ୍‌ ସବୁ ସମୟରେ ଲାଇମ୍‌ ଲାଇଟ୍‌ରେ ରହିଥାନ୍ତି । ପେଶାଦାର ଜୀବନକୁ ନେଇ ହେଉ ବା ବ୍ୟକ୍ତିଗତ ଜୀବନକୁ ନେଇ ହେଉ, ଶାହାରୁଖ୍‌ ଚର୍ଚ୍ଚାକୁ ଆସି ଯାଇଥାନ୍ତି । ଏବେ ସବୁ ଷ୍ଟାରକିଡ୍‌ମାନେ ବଲିଉଡ୍‌ରେ ଡେବ୍ୟୁ କରୁଥିବା ବେଳେ ଶାହାରୁଖ୍‌ଙ୍କ ଝିଅ ମଧ୍ୟ ବଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେବେ ଶାହାରୁଖ୍‌ଙ୍କ ପୁଅ ଅୟାନ ଖାନ୍‌ ନିଜକୁ ଲାଇମ୍‌ ଲାଇଟରୁ ଦୂରରେ ରଖୁଥିଲେ ମଧ୍ୟ ଏବେ ସେ ଫିଲ୍ମ ଦୁନିଆରେ ସାମିଲ ହେବାକୁ ଯାଉଥିବା ଜଣା ପଡ଼ିଛି । କିନ୍ତୁ ବଲିଉଡ୍‌ରେ ନୁହେଁ ।

India TV

ଅୟାନ ହଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ସୂଚନା ମିଳିଛି । ଏ ନେଇ ଶାହାରୁଖ୍‌ ହଲିଉଡ୍‌ ପ୍ରଯୋଜକଙ୍କୁ ଅୟାନଙ୍କ ଫଟୋ ଦେଖାଉଥିବା ଜଣା ପଡ଼ିଛି । ସୁପରହିରୋ ଫିଲ୍ମ କରିବା ପାଇଁ ଅୟାନ ଇଚ୍ଛା ରଖିଥିବା ବେଳେ ଏତେ କମ ବୟସରେ ଏଭଳି ଫିଲ୍ମ ଅୟାନ ନ କରନ୍ତୁ ବୋଲି ଶାହାରୁଖ୍‌ଙ୍କୁ ବିଭିନ୍ନ ମହଲରୁ ଉପଦେଶ ମିଳିବା ଆରମ୍ଭ ହୋଇଛି । ତେବେ ଅୟାନ ଏବେ କାଲିଫର୍ଣ୍ଣିଆରେ ରହି ପାଠ ପଢ଼ୁଥିବା ବେଳେ ସେ ହଲିଉଡ୍‌ରେ ଡେବ୍ୟୁ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର