ମୁମ୍ବାଇ: ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯବାନ’ ଆସନ୍ତା ମାସରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ରହିଛି। ଚଳଚ୍ଚିତ୍ରର ଗୀତଗୁଡ଼ିକ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏଥି ସହିତ ନିର୍ମାତା ସିନେମାର କାହାଣୀକୁ ନେଇ ସପେନ୍ସ ଜାରି ରଖିଛନ୍ତି। ସୋମବାର ‘ଯବାନ’ ଚଳଚ୍ଚିତ୍ରର ଟ୍ରେଲର ଅଗଷ୍ଟ ୩୧ରେ ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏକ୍ସରେ ପୋଷ୍ଟ କରି ଏହାକୁ ସ୍ପଷ୍ଟ କରିଛନ୍ତି ଶାହରୁଖ ଖାନ୍।

Advertisment

ସେ ଲେଖିଛନ୍ତି, "ଆପଣମାନଙ୍କ ସହିତ ‘ଯବାନ’ର ଉତ୍ସବ ପାଳନ ନକରିବା ମୋ ପକ୍ଷେ ଅସମ୍ଭବ। ମୁଁ ଆପଣମାନଙ୍କ ସହ ଏହି ଉତ୍ସବକୁ ପାଳନ କରିବାକୁ ଅଗଷ୍ଟ ୩୧ରେ ରାତି ୯ଟା ସମୟରେ ବୁର୍ଜ ଖଲିଫାକୁ ଆସୁଛି। ଯେହେତୁ ପ୍ରେମ ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ, ଆସନ୍ତୁ ନିଜକୁ ପ୍ରେମ ରଙ୍ଗରେ ରଙ୍ଗିବା ସହ ଲାଲ ରଙ୍ଗ ପିନ୍ଧିବା… କ’ଣ କହୁଛ? ରେଡି!"