ଓସ୍କାର ଆଣିଲେ ମୋତେ ଛୁଇଁବାକୁ ଦେବ; ରାମଚରଣଙ୍କୁ ଏଭଳି ନିବେଦନ କଲେ ଶାହରୁଖ

ନୂଆଦିଲ୍ଲୀ: ଜାନୁଆରି ୧୦ରେ ଶାହାରୁଖ ଖାନଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ମିଳିଥିଲା। ବହୁ ଦିନର ଅପେକ୍ଷା ପରେ ମଙ୍ଗଳବାର ଫିଲ୍ମ ପଠାନର ଟ୍ରେଲର ରିଲିଜ କରିଥିଲେ ନିର୍ମ‌ାତା। ଟ୍ରେଲର ଆସିବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଫିଲ୍ମଟି ବ୍ଲକବଷ୍ଟର ହେବ ବୋଲି ସମସ୍ତେ କହିବା ଆରମ୍ଭ କରିଛନ୍ତି। କିଙ୍ଗ ଖାନଙ୍କୁ ଏକ ନୂଆ ଅବତାରରେ ଦେଖି ପ୍ରଶଂସକମାନେ ଅତ୍ୟଧିକ ଆନନ୍ଦିତ। କେବଳ ବଲିଉଡ କଳାକାର ନୁହନ୍ତି, ସାଉଥ ସିନେମାର ସୁପରଷ୍ଟାରମାନେ ମଧ୍ୟ ଶାହରୁଖଙ୍କ ଏଭଳି କମବ୍ୟାକକୁ ପସନ୍ଦ କରି ଶୁଭେଚ୍ଛା ଜଣାଇଛନ୍ତି।

ସାଉଥର ସୁପରଷ୍ଟାର ଥଲପତି ବିଜୟ ପଠାନର ତାମିଲ ଟ୍ରେଲର ଓ ରାମଚରଣ ତେଲୁଗୁ ଟ୍ରେଲର ସେୟାର କରିବା ପରେ ଶାହରୁଖ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆରଆରଆର ଅଭିନେତା ରାମଚରଣଙ୍କୁ ଧନ୍ୟବାଦ ଜଣାଇ ଓସ୍କାର ଆଣିଲେ ଛୁଇଁବାକୁ ଦେବ ବୋଲି କହିଛନ୍ତି ଶାହରୁଖ।

ସେ ଟ୍ବିଟ କରି ଲେଖିଛନ୍ତି ଯେ, ‘ଧନ୍ୟବାଦ ମୋର ମେଗା ପାୱାର ଷ୍ଟାର୍ ରାମଚରଣ। ଯେତେବେଳେ ତୁମର ଆରଆରଆର ଟିମ୍ ଓସ୍କାର ସହିତ ଭାରତ ଆସିବ, ଦୟାକରି ମୋତେ ଏହାକୁ ସ୍ପର୍ଶ କରିବାକୁ ଦେବ।’

ସମ୍ବନ୍ଧିତ ଖବର