ମୁମ୍ବାଇ: ଶାହାରୁଖ ଖାନ ଓ ଗୌରୀ ଖାନ ନିଜ ବଡ଼ ପୁଅ ଆରୟନ ଖାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ନେଇ ପୂର୍ବ ଅପେକ୍ଷା ଅଧିକ ଯତ୍ନଶୀଳ ହୋଇପଡ଼ିଛନ୍ତି। ଆରୟନ ଡ୍ରଗ୍ସ ମାମଲାରେ ଫସିବା ଓ ଜେଲ ଯିବାକୁ ନେଇ ଶାହାରୁଖ ଓ ଗୌରୀ ଭାଙ୍ଗି ପଡ଼ିଥିଲେ। ସବୁବେଳେ ଚିନ୍ତାରେ ରହୁଥିଲେ। ଏବେ ପୁଅ ଆରୟନ ଘରକୁ ଫେରିବା ପରେ ଦୁହେଁ ମିଶି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେମାନେ ଆଗକୁ ପୁଅକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିବେ।
ଶାହାରୁଖ ଓ ଗୌରୀ ପୁଅ ଆରୟନଙ୍କ ପର୍ସନାଲ ବଡିଗାର୍ଡ ରଖିବାକୁ ସ୍ଥିର କରିଛନ୍ତି। ଶାହାରୁଖ ଖାନଙ୍କ ସହିତ ତାଙ୍କ ବଡିଗାର୍ଡ ସର୍ବଦା ରହିଥାଏ। ଏଣିକି ଆରୟନ ଖାନଙ୍କ ପାଖରେ ବି ନିଜର ବଡିଗାର୍ଡ ରହିବ। ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଶାହାରୁଖ ଭାବୁଛନ୍ତି, ଯଦି ଆରୟନଙ୍କ ପାଖରେ ବଡିଗାର୍ଡ ଥାଆନ୍ତା ତେବେ ଏଭଳି ସମସ୍ୟା ସାମ୍ନାକୁ ଆସି ନଥାଆନ୍ତା।
ଏତଦ ବ୍ୟତୀତ ଆଉ ଏକ ଖବର ସାମ୍ନାକୁ ଆସିଛି କି, ଦୀପାବଳି ପରେ ଆରୟନ ଖାନଙ୍କୁ ମନ୍ନତରୁ ଦୂରରେ ରଖିବା ପାଇଁ ଶାହାରୁଖ ସ୍ଥିର କରିଛନ୍ତି। ଡ୍ରଗ୍ସ ମାମଲାରେ ଜାମିନ ମିଳିବା ପରେ ଆରୟନ ତାଙ୍କ ପାସପୋର୍ଟ ସ୍ପେଶାଲ କୋର୍ଟରେ ଜମା କରିଥିଲେ। ଆରୟନ ଏବେ ବିନା ଅନୁମତିରେ ମୁମ୍ବାଇ କିମ୍ବା ଭାରତ ବାହାରକୁ ଯାଇ ପାରିବେ ନାହିଁ। ଏଭଳି ପରିସ୍ଥିତିରେ କୁହାଯାଉଛି କି ଶାହାରୁଖ ଖାନ ଆରୟନଙ୍କୁ ତାଙ୍କ ଅଲିବାଗରେ ଥିବା ଫାର୍ମହାଉସକୁ ସ୍ଥାନାନ୍ତର କରିବେ।