ଆଜି ଦଶହରାରେ ‘ରା-ଓ୍ଵାନ୍‌’ ସିଡି ପୋଡ଼ିଦିଅନ୍ତୁ, ପ୍ରଶଂସକଙ୍କ ଏପରି ପରାମର୍ଶର ଏମିତି ଉତ୍ତର ରଖିଲେ କିଙ୍ଗ୍‌ ଖାନ

ମୁମ୍ବାଇ: ଟ୍ଵିଟ୍‌ରରେ ପ୍ରଶ୍ନ-ଉତ୍ତର ସେସନ୍‌ ସମୟରେ ଆଜି ଦଶହରା ଅବସରରେ କିଙ୍ଗ୍‌ଖାନ ଶାହାରୁଖ ଖାନଙ୍କୁ ତାଙ୍କର ଜଣେ ପ୍ରଶଂସକ ‘ରା-ଓ୍ଵାନ୍‌’ ସିଡି ପୋଡ଼ି ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ଟ୍ଵିଟ୍‌ର ଉତ୍ତର ଦେଇ କିଙ୍ଗ୍‌ ଖାନ ଲେଖିଛନ୍ତି, ‘କଟା ଘା’ରେ କେତେ ଆଉ ଲୁଣ ଫିଙ୍ଗିବ’।

ଶାହାରୁଖ ତାଙ୍କର ଏହି ସେସନରେ କେବଳ ଏହି ଗୋଟାଏ ନୁହେଁ, ଆହୁରି ଅନେକ କଷ୍ଟ ପ୍ରଶ୍ନର ଉତ୍ତର ବେଶ ଶାନ୍ତ ଭାବେ ଦେଇଛନ୍ତି। ଆଦୌ ବି ପ୍ରତିକ୍ରିୟାଶୀଳ ନ ହୋଇ ପ୍ରଶଂସକମାନଙ୍କୁ ଉତ୍ତର ଦେଇଛନ୍ତି।

ସେହିପରି ଶାହାରୁଖଙ୍କର ଆଉ ଜଣେ ପ୍ରଶଂସକ ତାଙ୍କୁ ‘ଜିରୋ’ ପରି ଚଳଚ୍ଚିତ୍ର କରି ନିଜର ସମ୍ମାନହାନୀ କରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି। ଶାହାରୁଖ ଫ୍ୟାନ୍‌ଙ୍କର ସେହି ପ୍ରଶ୍ନର ଉତ୍ତରରେ ‘ପରାମର୍ଶ ଓ ଚିନ୍ତା ପାଇଁ ଧନ୍ୟବାଦ’ ବୋଲି ଲେଖିଛନ୍ତି।

ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ‘ସାର୍‌ ମୁଁ ଶୁଣିଛି ଆପଣ ‘ଧୁମ୍‌୪’ କରୁଛନ୍ତି’। ପ୍ରଶଂସକଙ୍କର ଏପରି ପ୍ରଶ୍ନର ଉତ୍ତର ଦେଇ ଶାହାରୁଖ ଲେଖିଛନ୍ତି, ‘ମୁଁ ବି ଶୁଣିଛି। ତୁମକୁ ଆଉ କିଛି ଖବର ମିଳିଲେ ଦେବ’।

ସମ୍ବନ୍ଧିତ ଖବର