ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନ ଏବଂ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଆଗକୁ ଆୱାର୍ଡ ସୋ’ ଆଇଫାର ଉପସ୍ଥାପକ ହେବାକୁ ଯାଉଛନ୍ତି। ଏନେଇ ଦୁହେଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆବୁଧାବିର ୟାସ ଦ୍ୱୀପରେ ଆଇଫା-୨୦୨୪ର ଆୟୋଜନ କରାଯାଉଛି। ଏବେ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ଶାହରୁଖ ଓ କରଣଙ୍କ ମଜାମସ୍ତିର ଭିଡିଓ ଭାଇରାଲ ହେଉଛି।
ଆଇଫା ସାମ୍ବାଦିକ ସମ୍ମିଳନୀରେ ଦୁହେଁ କରିଥିବା ମଜାମସ୍ତିର ଭିଡିଓ ଏବେ ଭାଇରାଲ ହେଉଛି | ଭିଡିଓରେ ଶାହରୁଖ, କରଣଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି। କିଛି ବର୍ଷ ହେବ କଫି ଉଇଥ୍ କରଣ ଓ ଆଇଫା ସହ ଅନ୍ୟ ସୋ’ର ଉପସ୍ଥାପକ ହେଉଛନ୍ତି ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର। ଏହାକୁ ଦେଖି ସୋ’ ଛାଡ଼ି ଏବେ ଫିଲ୍ମ କର ବୋଲି କହିଛନ୍ତି ଶାହରୁଖ।
ସାମ୍ବାଦିକ ସମ୍ମିଳନୀରେ ଶାହରୁଖ କହିଥିଲେ, "କରଣ ଅଇଫା ପାଇଁ ଆବୁଧାବି ନଆସି ମୋ ସହ ଜୁମ କଲରେ ଅଭ୍ୟାସ କରିବେ ବୋଲି କହିଥିଲେ। କାରଣ ପଚାରିବାରୁ ସେ କହିଥିଲେ, ମୁଁ କରିପାରିବି। ଚିନ୍ତା କରନାହିଁ। ବର୍ଷକ ମଧ୍ୟରେ ମୁଁ ଏକାଧିକ ସୋ’ର ଉପସ୍ଥାପକ ହେଉଛି। ଏଇଟା ବଡ଼ କଥା ନୁହେଁ। କରଣ ଚାଟ୍ ସୋ’ ହୋଷ୍ଟ କରୁଛନ୍ତି। ଆଇଫା ବି ହୋଷ୍ଟ କରୁଛନ୍ତି। ଫିଲ୍ମ ବି ତିଆରି କର ମୋ ଭାଇ।"
ଏହା ଶୁଣି କରଣ କହିଥିଲେ ଯେ, "ସିଦ୍ଧାନ୍ତ ଚର୍ତୁବେଦୀ ମଧ୍ୟ ସମାନ କଥା ମୋତେ କହିଥିଲେ। ଫିଲ୍ମ ନିର୍ମାତା ଭାବେ ଏହା ଶୁଣିବା କଷ୍ଟଦାୟକ। ମାେତେ ଏବେ ଅଧିକ ଫିଲ୍ମ ନିର୍ମାଣ କରିବା ଉଚିତ୍ ଏବଂ ମୁଁ କରୁଛି ମଧ୍ୟ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/Jzz9W48ArzjQj861IEKb.jpg)