ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ଚାହାନ୍ତି ଶାହରୁଖ୍‌ ଖାନ୍‌, କିନ୍ତୁ ଏହି ସର୍ତ୍ତରେ…

ମୁମ୍ବାଇ : ଅଭିନେତା ଶାହରୁଖ୍‌ ଖାନ୍‌ ଏବଂ ଅକ୍ଷୟ କୁମାର ଦୁହେଁ ବଲିଉଡ୍‌ର ଲୋକପ୍ରିୟ ଏବଂ ଆଗଧାଡ଼ିର ନାୟକ । ବୟସ ଏହି ଦୁଇ ଅଭିନେତାଙ୍କ ପାଇଁ ଅଭିନୟରେ ବାଧକ ସାଜି ନାହିଁ । ଏବେ ବି ସେମାନେ ବକ୍ସ ଅଫିସରେ ରାଜ୍‌ କରି ଚାଲିଛନ୍ତି । ତେବେ ପୂର୍ବରୁ କିଛି ଫିଲ୍ମରେ ଏହି ଦୁଇ କଳାକାରଙ୍କୁ ସାଥିରେ ଦର୍ଶକ କିଛି ସମୟ ପାଇଁ ଦେଖିବାକୁ ପାଇଥିଲେ ମଧ୍ୟ ଦୁହେଁ କେବେ ସାଥିରେ କୌଣସି ଫିଲ୍ମରେ ନଜର ଆସି ନାହାନ୍ତି । ତେବେ ଏ ନେଇ ଶାହରୁଖ୍‌ଙ୍କୁ ପଚରାଯିବା ପରେ ସେ ଏହାର ମଜାଦାର ଉତ୍ତର ରଖିଥିଲେ ।

NewsX

ତାଙ୍କ କହିବା ଅନୁଯାୟୀ, ମୁଁ ତାଙ୍କ ସହ କାମ କରିବାକୁ ଚାହିଁବି, କିନ୍ତୁ ଆମ ଦୁହିଁଙ୍କ ମଧ୍ୟରେ ଏକ ବଡ଼ ସମସ୍ୟା ରହିଛି । ତାହା ହେଉଛି ସମୟ । ସେ ଶୋଇ କରି ଉଠିବା ବେଳେ ମୁଁ ଶୋଇବାକୁ ଯାଉଥାଏ । ମୁଁ ରାତିରେ ସୁଟିଂ କରିବାକୁ ପସନ୍ଦ କରେ । କିନ୍ତୁ ସେ ଠିକ୍‌ ସମୟରେ ସୁଟିଂ ସାରି ଠିକ୍‌ ସମୟରେ ଶୋଇ ଯାଆନ୍ତି । ମୁଁ ତାଙ୍କ ଭଳି ଶୀଘ୍ର ଉଠି ପାରିବି ନାହିଁ । ତାଙ୍କର ଦିନ ଶୀଘ୍ର ଆରମ୍ଭ ହୋଇଥାଏ । ଯଦି ଆମେ ଦୁହେଁ ସାଥିରେ କାମ କରିବୁ, ତେବେ ଆମ ଦୁହିଁଙ୍କ ସମୟ ମିଶିବା ନିହାତି ଦରକାର ବୋଲି ସର୍ତ୍ତ ରଖିଥିଲେ ଶାହରୁଖ୍‌ ।

ସମ୍ବନ୍ଧିତ ଖବର