ଶାହାରୁଖ୍‌ଙ୍କ ଆକ୍ସନ୍ ଭିଡିଓ ଭାଇରାଲ୍

ହିନ୍ଦୀ ଚଳଚ୍ଚିତ୍ର ଜଗତର ବାଦଶାହ ଶାହାରୁଖ୍ ଖାନ୍‌ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ୍’ର ସୁଟିଂ ପାଇଁ ଦୁବାଇରେ ଅଛନ୍ତି। ସୁଟିଂରେ ଶାହାରୁଖ୍ ଦୁବାଇ ରୋଡ୍‌ରେ ଏକ ବସ୍‌ ଉପରେ ଫାଇଟିଂ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଫଳରେ ଚଳଚ୍ଚିତ୍ରକୁ ନେଇ କିଙ୍ଗ୍ ଖାନ୍‌ଙ୍କ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ହୋଇଉଠିଛନ୍ତି। ଜଣେ ପ୍ରଶଂସକ ଟ୍ବିଟ୍ କରି ଲେଖିଛନ୍ତି, ମୁଁ ଆଉ ଅପେକ୍ଷା କରିପାରୁନି। କେବେ ମୁକ୍ତିଲାଭ କରିବ ‘ପଠାନ’? ତେବେ ଚଳଚ୍ଚିତ୍ର ବଡ଼ ପରଦାକୁ କେବେ ଆସିବ, ଏନେଇ ପଠାନ୍ ଟିମ୍ ବା ଶାହାରୁଖ୍‌ଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ମୁମ୍ବାଇରେ ନିଜର ଦ୍ବିତୀୟ ପର୍ଯ୍ୟାୟ ସୁଟିଂ ସାରିବା ପରେ ଏହି ଟିମ୍ ବର୍ତ୍ତମାନ ଦୁବାଇ‌ରେ ଅଛି।

ସମ୍ବନ୍ଧିତ ଖବର