କ୍ବାରେଣ୍ଟାଇନ୍‌ ସମୟରେ ଘରେ ବସି ବସି କ’ଣ କରୁଛନ୍ତି ଶାହାରୁଖ ତନୟା?

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ଘରେ ବନ୍ଦ ରହି ଅନେକ ଲୋକ ଅନେକ ନୂଆ ନୂଆ କାର୍ଯ୍ୟ ସବୁ କରୁଥିବାର ଦେଖିବାକୁ ମିଳିଛି। ତେବେ, ଆପଣ ଜାଣନ୍ତି କି ନିଜ ଘରେ କ୍ବାରେଣ୍ଟାଇନ୍‌ରେ ରହି ଶାହାରୁଖ୍‌ ତନୟା ସୁହାନା ଖାନ୍‌ କ’ଣ କରୁଛନ୍ତି।

ଲକ୍‌ଡାଉନ୍‌ରେ ଘରେ ରହି ଫଟୋସୁଟ୍‌ କରୁଛନ୍ତି ସୁହାନା। ତାଙ୍କ ଫଟୋ ସୁଟ୍‌ କରାଇଛନ୍ତି ମାଆ ଗୌରୀ ଖାନ୍‌। ସୁହାନା ଷ୍ଟାଇଲିସ୍‌ ଅନ୍ଦାଜରେ ଉଠାଇଥିବା ଫଟୋଗୁଡ଼ିକୁ ଗୁରୁବାର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଫଟୋରେ ସୁହାନା ଏବେ ନୀଳ ରଂଗର ଜିନ୍ସ ସହ ଏକ ପ୍ରିଣ୍ଟେଡ୍‌ ଟପ୍‌ ପିନ୍ଧିଥିବାର ନଜର ଆସିଛନ୍ତି।

 

 

View this post on Instagram

 

my mum took these 😋 @gaurikhan

A post shared by Suhana Khan (@suhanakhan2) on

ଫଟୋ ସେୟାର୍‌ କରି ସୁହାନା ଲେଖିଛନ୍ତି, ‘ମୋ ମମ୍‌ ଏଗୁଡ଼ିକୁ ଉଠାଇଛନ୍ତି।’ ଫଟୋକୁ ଇନ୍‌ଷ୍ଟାରେ ଦେବା ପରେ ସୁହାନାଙ୍କୁ ୨ ଲକ୍ଷରୁ ଊର୍ଧ୍ବ ଲାଇକ୍‌ ମିଳି ସାରିଲାଣି।

ସୁହାନା ନିକଟରେ ବିଶ୍ବ ମାତୃ ଦିବସ ଅବସରରେ ଗୌରୀ ଖାନ୍‌ଙ୍କ ଉଦ୍ଦେଶ୍ୟରେ ଏକ ଇନ୍‌ଷ୍ଟା ପୋଷ୍ଟ୍‌ କରିଥିଲେ। ପୋଷ୍ଟ୍‌ରେ ସେ ଲେଖିଥିଲେ, ‘ହାପି ମଦର୍ସ ଡେ ମା। ଖୁବ୍‌ ସାଧୁତାର ସହ କହୁଛି ଯେ ମୁଁ ତୁମ ପରି ଦିଶିପାରିଲି ନାହିଁ।’

ସମ୍ବନ୍ଧିତ ଖବର