ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଶାହାରୁଖ ଖାନଙ୍କ ଘରେ ଗୋଟାଏ ଦିନ ରହିବାର ସୁଯୋଗ ମିଳିବ ତେବେ ଆପଣ କ’ଣ କରିବେ? ବଲିଉଡ୍‌ କିଙ୍ଗ୍‌ ଶାହାରୁୁଖ ଓ ତାଙ୍କ ପତ୍ନୀ ଗୌରୀ ଖାନ ସେମାନଙ୍କ ଦିଲ୍ଲୀ ଘରେ ରହିବା ପାଇଁ ଏପରି ସୁଯୋଗଟିଏ ସୃଷ୍ଟି କରିଛନ୍ତି। ଆପଣ ଭାବୁଥିବେ ଶାହାରୁଖଙ୍କ ଘରେ କିପରି ରହିବେ? ମାତ୍ର ଗୋଟିଏ ଛୋଟିଆ ପ୍ରତିଯୋଗିତା ଜିତିଗଲେ ଆପଣ କିଙ୍ଗ୍‌ ଖାନଙ୍କ ଘରେ ରାତିଟିଏ ରହିପାରିବେ।

Advertisment

ନିକଟରେ ବଲିଉଡର ପ୍ରଭାବଶାଳୀ ଦମ୍ପତି ଶାହାରୁଖ ଓ ଗୌରୀ ଛୁଟି କାଟିବା ପାଇଁ ରହଣି ବ୍ୟବସ୍ଥା ଯୋଗାଉଥିବା କମ୍ପାନି ଏୟାର୍‌ବିଏନ୍‌ବି ସହ ମିଶି ନିଜ ଦିଲ୍ଲୀ ଘରେ ରହିବାକୁ ଲୋକଙ୍କୁ ସ୍ବାଗତ କରିଛନ୍ତି।

View this post on Instagram

A post shared by Gauri Khan (@gaurikhan)

ଶାହାରୁଖଙ୍କ ଘରେ ରହିବାକୁ ଏକ ପ୍ରତିଯୋଗିତା ଜିତିବାକୁ ହେବ। ପ୍ରତିଯୋଗିତା ଜିତିବା ପରେ ଗୋଟାଏ ରାତି ତାଙ୍କ ଦକ୍ଷିଣ ଦିଲ୍ଲୀସ୍ଥିତ ବାସଭବନରେ ରହିବାର ସୁଯୋଗ ମିଳିବ। ୨୦୨୧ ଫେବ୍ରୁଆରି ୧୩ ତାରିଖରେ ପ୍ରତିଯୋଗିତା ଜିତିଥିବା ବିଜେତାଙ୍କୁ ରହିବାର ଏହି ସୁଯୋଗ ମିଳିବ ବୋଲି ସୂଚନା ରହିଛି।

ପ୍ରତିଯୋଗୀମାନଙ୍କୁ ଶାହାରୁଖଙ୍କ ସିଗ୍‌ନେଚର୍‌ ‘ହାତ ଖୋଲା ପୋଜ୍‌’କୁ ସଠିକ ଭାବରେ ୧୦୦ ଶବ୍ଦରେ ବାଖ୍ୟା କରିବାକୁ ହେବ। ଯେଉଁ ପ୍ରତିଯୋଗୀ ସବୁଠାରୁ ଭଲ ବାଖ୍ୟା କରିଥିବେ ସେ ହେବେ ପ୍ରତିଯୋଗିତାର ବିଜୟୀ। ତାଙ୍କୁ ମିଳିବ ଶାହାରୁଖଙ୍କ ଘରେ ରହିବାର ସୁଯୋଗ। ତେବେ ‌ଶାହାରୁଖ ଏହି ପ୍ରତିଯୋଗିତାର ପୂରା ନିୟମ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଉଲ୍ଲେଖ କରିଛନ୍ତି।