ମୁମ୍ବାଇ: ବଲିଉଡ-ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବେ ବିବାହ କରି ଆମେରିକାରେ ରହୁଛନ୍ତି। ଗାୟକ ନିକ୍ ଜୋନସଙ୍କ ସହ ତାଙ୍କର ବିବାହ ହେବା ପରଠାରୁ ସେ ବିଦେଶରେ ରହିବା ଆରମ୍ଭ କରିଛନ୍ତି। ବିବାହ ପରେ ସେ ଏକ କନ୍ୟା ସନ୍ତାନର ମା’ ବନି ସାରିଥିବା ବେଳେ ଏବେ ତାଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚା ହେଉଛି। ବଲିଉଡରେ ତାଙ୍କ ନାମ ଅନେକଙ୍କ ସହ ଯୋଡା ଯାଇଥିଲେ ବି କିଙ୍ଗ ଶ‌ାହରୁଖ ଖାନଙ୍କ ସହ ତାଙ୍କ ନାମ ଅନେକ ଥର ଯୋଡା ଯାଇଥିଲା। ଶାହରୁଖ ବିବାହ ପରେ ପ୍ରିୟଙ୍କାଙ୍କୁ ଡେଟ୍ କରୁଥିଲେ ଓ ଡନ୍-୨ର ସୁଟିଂ ସମୟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ ବୋଲି ଚର୍ଚ୍ଚା ହୁଏ। ହେଲେ ଅନେକ ଚର୍ଚ୍ଚା ପରେ ବି ପ୍ରିୟଙ୍କା ବା ଶାହରୁଖ କେହି ଏହା ଉପରେ ପ୍ରତିକ୍ରିୟା ଦେଇନାହାନ୍ତି।

Advertisment

ହେ‌ଲେ ଏକ ସାକ୍ଷାତକାରରେ ଏବେ ଶାହରୁଖଙ୍କ ସାଙ୍ଗ ତଥା ଅଭିନେତା-ଲେଖକ-ପ୍ରଯୋଜକ ବିବେକ ବସୱାନୀ ପ୍ରିୟଙ୍କାଙ୍କ ସହ ଶାହରୁଖଙ୍କ ସମ୍ପର୍କ ବିଷୟରେ ଜଣାଇଛନ୍ତି। ଶାହରୁଖଙ୍କର ପ୍ରିୟଙ୍କାଙ୍କ ସହ ଥିବା ସମ୍ପର୍କ ବିଷୟରେ ପଚରାଯିବା ପରେ ସେ କହିଥିଲେ ଯେ, ସମ୍ପର୍କ? ମାନେ କ’ଣ ଶାରୀରିକ ସମ୍ପର୍କ? ନା ଶାହରୁଖ ସେଭଳି ନୁହନ୍ତି। ଶାହରୁଖ ଘରେ ରହୁଥିଲେ, ବାପା-ମା’ ଥିଲେ, କ୍ୟାରିୟରକୁ ନେଇ ଚିନ୍ତା ଥିଲା, ଗୌରୀଙ୍କୁ ଶୀଘ୍ର ବିବାହ କରିବାର ଥିଲା, ଏସବୁ ମଧ୍ୟରେ ଶାହରୁଖ ଆଉ କାହା ସହ ପ୍ରେମ ସମ୍ପର୍କ ରଖିବେ। ପ୍ରିୟଙ୍କାଙ୍କ ସହ ତାଙ୍କର ବନ୍ଧୁତାର ସମ୍ପର୍କ ଥିଲା, ଶାରୀରିକ ସମ୍ପର୍କ ନୁହେଁ। ମୁଁ ତାଙ୍କୁ ଯେତିକି ଜାଣିଛି ସେ କେବଳ ଗୌରୀଙ୍କୁ ଭଲପାଆନ୍ତି। ତାଙ୍କ ନାମ କେବେ କୌଣସି ଝିଅ ସହ ଯୋଡାଯାଉଥିବାର ଆପଣ ଦେଖିଛନ୍ତି କି? କେବଳ ପ୍ରିୟଙ୍କାଙ୍କ ସହ ତାଙ୍କ ନାମ ଯୋଡା ଯାଇଥିଲା। ହେଲେ ସେଥିରେ କୌଣସି ସତ୍ୟତା ନଥିଲା।