ମୁମ୍ବାଇ: ବାପା ହେଲେ ଫିଲ୍ମ 'ଯବାନ'ର ନିର୍ଦ୍ଦେଶକ ଅଟଲି। ଶାହରୁଖଙ୍କ ଆଗାମୀ ବହୁଚର୍ଚ୍ଚିତ ଫିଲ୍ମ 'ଯବାନ'ର ନିର୍ଦ୍ଦେଶନା ଦେଇଛନ୍ତି ଅଟଲି। ପୂର୍ବରୁ ଅନେକ ବ୍ଲକବଷ୍ଟର ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଅଟଲି ଓ ତାଙ୍କ ପତ୍ନୀ କ୍ରିଷ୍ଣା ପ୍ରିୟା ଏବେ ଶିଶୁପୁତ୍ରର ମାତାପିତା ହୋଇଛନ୍ତି।

Advertisment

ଅଟଲି ଏବଂ ତାଙ୍କ ପତ୍ନୀ କ୍ରିଷ୍ଣା ପ୍ରିୟା ସୋସିଆଲ ମିଡିଆରେ ମିଳିତ ବିବୃତି ଜାରି କରି ଏହା ଘୋଷଣା କରିଛନ୍ତି। ଏହି ଦମ୍ପତି ପୁଅ ହେବା ଖୁସି ଖବର ଜଣାଇ ଏକ ଫଟୋ କରିଛନ୍ତି, ଯେଉଁଥିରେ ସେମାନେ ନବଜାତ ଶିଶୁର ଜୋତା ଧରିଥିବାର ଦେଖିବାକୁ ମିଳିଛି।

ଅଟଲି ଏହି ଖବର ସେୟାର କରିବା ପରେ, ତାଙ୍କ ପ୍ରଶଂସକ ଏବଂ ସାଙ୍ଗମାନେ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି। ୨୦୧୪ରେ ଅଟଲି ଏବଂ କ୍ରିଷ୍ଣା ପ୍ରିୟା ବିବାହ କରିଥିବା ବେଳେ ଗତ ବର୍ଷ ଡିସେମ୍ବରରେ ସେମାନେ ପ୍ରଥମ ସନ୍ତାନର ମାତାପିତା ହେବାକୁ ଯାଉଥିବା ଜଣାଇଥିଲେ। ଦମ୍ପତି ଏକ ବିବୃତି ଜାରି କରି କହିଥିଲେ ଯେ, “ଆପଣ ବର୍ଷ ବର୍ଷ ଧରି ଆମକୁ ଦେଇଥିବା ସମସ୍ତ ଭଲପାଇବା ଏବଂ ସମର୍ଥନ ପାଇଁ ଆମେ କୃତଜ୍ଞ, ଆମେ ଚାହୁଁଛୁ ଯେ ଆମର ଛୋଟ ପିଲାକୁ ମଧ୍ୟ ଆପଣ ଭଲ ପାଇବା ଦେବା ଜାରି ରଖନ୍ତୁ।

ଅଟଲି ବର୍ତ୍ତମାନ ଫିଲ୍ମ 'ଯବାନ' ପାଇଁ ବ୍ୟସ୍ତ ଅଛନ୍ତି, ଯେଉଁଥିରେ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ନୟନତାରା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ।