ଶାହରୁଖ୍‌ଙ୍କ ଅଫିସ୍‌ କରୋନା ଆଇସିୟୁ

ମୁମ୍ବାଇ:  ଗତ ଏପ୍ରିଲରେ କରୋନା ରୋଗୀମାନଙ୍କ ଚିକିତ୍ସା ପାଇଁ ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ମୁମ୍ବାଇ ଖାର୍‌ସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ବମ୍ବେ ମ୍ୟୁନିସିପାଲିଟି କର୍ପୋରେସନ୍‌ (ବିଏମ୍‌ସି)କୁ ପ୍ରଦାନ କରିଥିଲେ। ପ୍ରଥମ ପ୍ରର୍ଯ୍ୟାୟରେ ସେଠାରେ ଲକ୍ଷଣ ନଥିବା କରୋନା ରୋଗୀଙ୍କୁ ଚିକିତ୍ସା କରାଯିବା ସହ ଏହାକୁ ଏକ ସଂଗରୋଧ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିଲା। ପରେ ଜୁଲାଇ ୧୫ ଆଡ଼କୁ ଏହି ସ୍ଥାନକୁ ଗୁରୁତର କରୋନା ରୋଗୀଙ୍କ ପାଇଁ ଆଇସିୟୁରେ ପରିଣତ କରିବାକୁ କାମ ଆରମ୍ଭ ହୋଇଥିଲା। ଏହି ସମୟରେ ସେଠାରେ ମୋଟ୍‌ ୬୬ଜଣ କରୋନା ରୋଗୀ ଚିକିତ୍ସାଧୀନ ଥିଲେ। ସେଥିରୁ ୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବାକି ୧୨ଜଣଙ୍କୁ ଅନ୍ୟ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ଏହି ସ୍ଥାନକୁ ୧୫ଶଯ୍ୟା ବିଶିଷ୍ଟ ଆଇସିୟୁ ୱାର୍ଡରେ ପରିଣତ କରାଯାଇଛି। ଗତକାଲିଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି।

ସମ୍ବନ୍ଧିତ ଖବର