ସାର୍ଟଲେସ୍‌ ହୋଇ ଫଟୋ ପୋ‌ଷ୍ଟ୍‌ କଲେ ଶାହାରୁଖ୍‌, ଚର୍ଚ୍ଚାରେ ପତ୍ନୀ ଗୌରୀଙ୍କ କମେଣ୍ଟ୍‌

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ଓ ପତ୍ନୀ ଗୌରୀ ଖାନ୍‌ଙ୍କ କେମେ‌ଷ୍ଟ୍ରି କାହାକୁ ବା ଅଛପା। ଯେପରି ଗୌରୀ କିଛି ପୋଷ୍ଟ୍‌ କଲେ ଶାହାରୁଖ୍‌ କମେଣ୍ଟ୍‌ ଦେବାକୁ ଆଦୌ ଭୁଲନ୍ତି ନାହିଁ, ସେପରି ଶାହାରୁଖଙ୍କ ପୋଷ୍ଟ୍‌ରେ ବି ଗୌରୀଙ୍କ କମେଣ୍ଟ୍‌ ସବୁବେଳେ ଦେଖିବାକୁ ମିଳିଥାଏ।

ଶାହାରୁଖ୍‌ ଗତ କାଲି ସୋସିଆଲ୍‌ ମିଡିଆରେ ତାଙ୍କର ଏକ ବିନା ସାର୍ଟରେ ଫଟୋ ସେୟାର୍‌ କରିଛନ୍ତି। ଫଟୋଟିକୁ ସେୟାର୍‌ କରିବା ପରେ ସେ ପିନ୍ଧିନଥିବା ତାଙ୍କର ସେ ସାର୍ଟ ଉପରେ ଏକ ନୋଟ୍‌ ଲେଖିଛନ୍ତି।

ସେ ତ‌ାଙ୍କ ନୋଟ୍‌ରେ ଲେଖିଛନ୍ତି, ‘ଆଜି ମୋ ସାର୍ଟ ପାଇଁ ଲେଖୁଛି, ‘ତୁମେ ଥିଲେ କିପରି ହୋଇଥାନ୍ତା। ତୁମେ ଏ କଥାରେ ରାଗିଥାନ୍ତ, ତୁମେ ସେ କଥାରେ କେତେ ହସିଥାନ୍ତ। ତୁମେ ଥିଲେ ଏପରି ହୋଇଥାନ୍ତା।’

ଏହି ପୋଷ୍ଟ୍‌‌ରେ ପତ୍ନୀ ଗୌରୀ କମେଣ୍ଟ୍‌ ଦେଇଛନ୍ତି, ‘ହେ ଭଗବାନ୍, ସେ ଏବେ ତାଙ୍କ ସାର୍ଟ ସହ ବି କଥା ହେବା ଆରମ୍ଭ କଲେଣି’। ଗୌରୀଙ୍କ ଏହି କ‌ମେଣ୍ଟ୍‌ରେ ୨୪,୮୫୫ ଲାଇକ୍ସ ମିଳିଥିବା ବେଳେ ୪୭୬ ଜଣ ରି-କମେଣ୍ଟ୍‌ କରିଛନ୍ତି।

ନିକଟରେ ଗୌରୀ ତାଙ୍କ ପୁଅ ଆର୍ଯ୍ୟାନଙ୍କ ଏକ ଫଟୋ ପୋଷ୍ଟ୍‌ କରିଥିଲେ। ସେ ଫଟୋଟିକୁ ପୋଷ୍ଟ୍‌ କରି ସେଥିରେ ‘ମାଇ ବୟ’ ବୋଲି ଲେଖିଥିଲେ। ସେଥିରେ କିଙ୍ଗ୍‌ ଖାନ୍‌ କମେଣ୍ଟ୍‌ ଦେଇଥିଲେ,‘ମୋ ପୁଅ ମୋ ଉପରେ ଯାଇଛି’। ସେ ତାଙ୍କର ୨୦୦୪ ମସିହାରେ ରିଲିଜ୍‌ ହୋଇଥିବା ‘ମେ ୟୁ ନା’ ଚଳଚ୍ଚିତ୍ରର ଏକ ଫଟୋକୁ କମେଣ୍ଟ୍‌ ସେକ୍ସନରେ ଦେଇ ‘ମୋ ପୁଅ ମୋ ଉପରେ ଯାଇଛି’ ବୋଲି ଲେଖିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର