ବଲିଉଡ୍‌ରେ ପାଦ ଦେବେ ଶାହାରୁଖ ନନ୍ଦନ ଆରିଆନ୍‌!

ମୁମ୍ବାଇ: ନିକଟରେ ବଡ଼ ଧୁମ୍‌ଧାମରେ ପାଳିତ ହୋଇଥିଲା ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ। ୫୨ ବର୍ଷ ବୟସରେ ପଦାର୍ପଣ କଲେ ସୁପର୍‌ଷ୍ଟାର ଶାହାରୁଖ। କିଙ୍ଗ୍‌ଖାନଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଥିଲେ ବହୁ ନାମୀଦାମୀ ବଲିଉଡ୍‌ କଳାକାର। ମାତ୍ର ଦେଖିବାକୁ ମିଳିନଥିଲେ ପୁତ୍ର ଆରିଆନ୍‌। ତା’ର ଠିକ୍‌ ଦୁଇ ଦିନ ପରେ ଇନ୍‌ଷ୍ଟାଗ୍ରାମରେ ଏକ ଜବରଦସ୍ତ ଲୁକ୍‌ରେ ନଜର ଆସିଥିଲେ ଆରିଆନ। ଫଟୋଟିରେ ସେ ଦିଶୁଛନ୍ତି ୩୦ ବର୍ଷ ତଳର ଶାହାରୁଖଙ୍କ ପରି। ସମାନ ଲୁକ୍‌, ସମାନ ଅନ୍ଦାଜରେ ଲାଗୁଛନ୍ତି ଅବିକଳ ବାପାଙ୍କୁ ଭଳି। ତେବେ ତାଙ୍କର ଏପରି ସୁପର୍‌ଷ୍ଟାର ଲୁକ୍‌ ଦେଖି ଫ୍ୟାନ୍‌ମାନେ ଦ୍ୱନ୍ଦ୍ୱରେ। ବଲିଉଡ୍‌ରେ ପାଦ ରଖିବେ କି ଜୁନିୟର୍‌ ଶାହାରୁଖ!

ଏଠାରେ ଜାଣାଇ ଦେଉଛୁ କି, ଶାହାରୁଖଙ୍କ ଝିଅ ସୁହାନାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଛି। ସେ ଭବିଷ୍ୟତରେ ଅଭିନେତ୍ରୀ ହେବାକୁ ଚାହାନ୍ତି। ମାତ୍ର ପୁଅ ଆରିଆନ ଚାହାନ୍ତି ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ହେବାକୁ। ଏକଥା ଗଣମାଧ୍ୟମରେ ନିଜେ ଶାହାରୁଖ କହିଥିଲେ। ତେବେ, ଅନେକ ଷ୍ଟାର୍‌ କିଡ୍‌ମାନଙ୍କୁ ବଲିଉଡ୍‌ରେ ଦେଖିବା ପରେ ଆରିଆନ୍‌ଙ୍କୁ ନେଇ ଫ୍ୟାନମାନଙ୍କ ଦ୍ୱନ୍ଦ୍ୱରେ ପଡ଼ିବା ନଶ୍ଚିତ ଭାବେ ସ୍ୱାଭାବିକ କଥା।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅନେକ ଷ୍ଟାର୍‌ କିଡ୍‌ଙ୍କୁ ତ ଆପଣ ସ୍କ୍ରିନ୍‌ରେ ଦେଖି ସାରିଲେଣି। ନିକଟ ଭବିଷ୍ୟତ ବଲିଉଡ୍‌ ପାଉଛି ଆଉ ଦୁଇ ଷ୍ଟାର୍‌ କିଡଙ୍କୁ। ଖୁବ୍‌ ଶୀଘ୍ର ବଲିଉଡ ଡେବ୍ୟୁ କରିବେ ଶ୍ରୀଦେବୀଙ୍କ କନ୍ୟା ଜାନଭୀ କପୁର୍‌ ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ କନ୍ୟା ସାରା ଖାନ୍‌।

 

Hashtag candid.

A post shared by Aryan Khan (@___aryan___) on

ସମ୍ବନ୍ଧିତ ଖବର