ଶାହିର-ଏରିକା ପ୍ୟାର୍ କେ ରଙ୍ଗ୍‌

ଟେଲିଭିଜନ୍‌ର ପପୁଲାର ଡ୍ୟାନ୍ସ ସୋ’ ‘କୁଚ୍ଛ୍‌ ରଙ୍ଗ ପ୍ୟାର୍ କେ ଐସି ଭି’ର ପପୁଲାର ଯୋଡ଼ି ଶାହିର ଶୈଖ୍ ଓ ଏରିକା ଫର୍ଣ୍ଣା‌ଡିଜ୍ ଏଥର ମଧ୍ୟ ଆସୁଛନ୍ତି। ସୋ’ ଆରମ୍ଭ ପୂର୍ବରୁ ପଶ୍ଚିମବଙ୍ଗର ଶିଲିଗୁଡ଼ିଠାରେ ଏହାର ସୁଟିଂ ଚାଲିଛି। ସୁଟିଂସେଟରେ ନୂଆ ପ୍ରତିଯୋଗୀଙ୍କ ପାଇଁ ଯେତିକି ଆୟୋଜନ ବା ଉତ୍ସାହ ଦେଖିବାକୁ ମିଳିନାହିଁ, ତା’ଠାରୁ ଶାହିର-ଏରିକାଙ୍କ ଡ୍ୟାନ୍ସ ରୋମାନ୍ସକୁ ନେଇ ଅଧିକ ଡିମାଣ୍ଡ ରହିଛି। ଏଠାରେ ସୁଟିଂ ସମୟର କିଛି ଦୃଶ୍ୟ କ୍ୟାମେରାରେ କଏଦ କରି ଶାହିର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି।

ଗୀତଟି ରହିଛି ‘ମାଇଁ ବେସ୍ତି’। ଏଥିରେ ଉଭୟ ଶାହିର ଓ ଏରିକା ଖୁସ ମିଜାଜରେ ଥିବାର ଦେଖିବାକୁ ମିଳିଛି। ଶାହିର ଏହାର କ୍ୟାପସନ ରଖିଛନ୍ତି ‘ହାସ୍‌ଟ୍ୟାଗ’। ଟେଲିଭିଜନର ମନୋରଂଜନ ଦର୍ଶକଙ୍କ ପାଖରେ ଶାହିର ଦେବ ଓ ଏରିକା ସୋନାକ୍ଷୀ ନାମରେ ପରିଚିତ। ବୃତ୍ତିଗତ ଜୀବନ ବ୍ୟତୀତ ବ୍ୟକ୍ତିଗତ ଜୀବନରେ ମଧ୍ୟ ଦୁହିଙ୍କ ମଧ୍ୟ ଉତ୍ତମ ବନ୍ଧୁତା ରହିଛି। ପ୍ରତି ସିଜିନ ପରି ଏଥର ‘କୁଚ୍ଛ୍‌ ରଙ୍ଗ ପ୍ୟାର୍ କେ ଐସି ଭି’କୁ ଆମନ୍ତ୍ରିତ ହେଇଆସିଥିବା ଶାହିର-ଏରିକାଙ୍କ ସହ ସୁପ୍ରିୟା ପିଲଗାଓଁକର ମଧ୍ୟ ନୂଆ ଅବତାରରେ ଦେଖିବାକୁ ମିଳିବେ। ସିଜିନ-୩ ପାଇଁ ଚାଲିଥିବା ଏଥରର ସୋ’ର ଟାଇଟଲରେ ଏକ ଟାଗଲାଇନ୍ ରଖାଯାଇଛି, ତାହା ହେଲା ‘କୁଚ୍ଛ୍‌ ରଙ୍ଗ ପ୍ୟାର୍ କେ ଐସି ଭି: ନୟି କାହାନୀ’।

ସମ୍ବନ୍ଧିତ ଖବର