ସାନଭାଇ ସହ ପ୍ରଥମ ଥର ପରଦାକୁ ଆସିବେ ଲୋକପ୍ରିୟ ନାୟକ ଶାହିଦ୍‌ କପୁର

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ନାୟକ ଶାହିଦ୍‌ କପୁରଙ୍କ ଜନ୍ମଦିନ। ସେ ୧୯୮୧ ମସିହା ଫେବ୍ରୁଆରି ୨୫ ତାରିଖରେ ଜନ୍ମ ହୋଇଥିଲେ। ତାଙ୍କ ସାନ ଭାଇ ହେଉଛନ୍ତି ଆଉଜଣେ ଜଣାଶୁଣା ନାୟକ ଈଶାନ୍‌ ଖଟ୍ଟର। ଆସନ୍ତୁ ଜାଣିବା ଉଭୟଙ୍କ ସଂପର୍କରେ ଏକ ରୋଚକ ଖବର।
ନିର୍ମାତା କରଣ ଜୋହରଙ୍କ ଧର୍ମା ପ୍ରଡକସନ୍‌ସ ବ୍ୟାନରରେ ପ୍ରସ୍ତୁତ ଏବଂ ନିର୍ଦେଶକ ଶଶାଙ୍କ ଖେତନଙ୍କ ଫିଲ୍ମ ‘ଧଡ଼କ୍‌’ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇଥବା ଈଶାନ୍‌ ଖଟ୍ଟରଙ୍କୁ ନେଇ ଏବେ ଚର୍ଚ୍ଚା। ତାହା ଅନୁଯାୟୀ ଈଶାନ୍‌ ଖୁବ୍‌ ବଡ଼ ଭାଇ ଶାହିଦ୍‌ କପୁରଙ୍କ ସହିତ ଏକ ଫିଲ୍ମରେ କାମ କରିବେ। ତାହା ହେଲା ‘ନୀରଜା’ ଭଳି ଉଚ୍ଚ ପ୍ରଶଂସିତ ସିନେମାର ନିର୍ଦେଶକଙ୍କ ଆଗାମୀ ଫିଲ୍ମ। ଏଥିରେ ଶାହିଦ୍‌ଙ୍କୁ ଜଣେ ବାଇକ୍‌ର ଭୂମିକାରେ ଦେଖିବାକୁ ମିଳିବ। ଏହା ଏକ ଆକ୍ସନ ଫିଲ୍ମ ବୋଲି ଜଣାଯାଇଛି। ଏଥିରେ ଈଶାନ ଶାହିଦଙ୍କ ସାନ ଭାଇ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଜଣାଯାଇଛି।

image source–samacharjagat

ଅଭିନେତା ଈଶାନ୍‌ ଖଟ୍ଟର ପିଲାଟି ଦିନରୁ ହିଁ ବଡ଼ ଭାଇ ଶାହିଦ୍‌ କପୁରଙ୍କୁ କପି କରୁଛନ୍ତି। ଏଥିସହିତ ଡ୍ୟାନ୍‌ସ ମାମଲାରେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଭାଇ ଶାହିଦ୍‌ଙ୍କୁ ନିଜର ଗୁରୁ ବୋଲି ମନେ କରନ୍ତି ବୋଲି କହିଛନ୍ତି। ଏଣୁ ବଡ଼ଭାଇଙ୍କ ସହ କାମ କରିବାର ମଜା ନିଆରା ହେବ ବୋଲି ସେ ଆଶା କରିଛନ୍ତି। ଅପରପକ୍ଷରେ ଶାହିଦ୍‌ କପୁର ବି ଏହି ସିନେମାକୁ ନେଇ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧିତ ଖବର