ମାଆ ନିଲିମାଙ୍କ ଏହି ଗୁଣ ପାଇଁ ରାଗିଯାଆନ୍ତି ସା‌ହିଦ, ଦୀର୍ଘ ଦିନ ପର୍ଯ୍ୟନ୍ତ ହୁଅନ୍ତିନି କଥା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସାହିଦ କପୁର ଆଜିକାଲି ନିଜର ଆଗାମୀ ୱେବ୍‌ ସିରିଜ୍‌ ‘ବ୍ଲଡି ଡାଡି’କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଗତ କିଛି ଦିନ ହେବ ସାହିଦ ବିଭିନ୍ନ ଗଣମାଧ୍ୟମରେ ତାଙ୍କର ସାକ୍ଷାତ୍‌କାର ଦେଉଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତ୍‌କାରରେ ନିଜ ମାଆଙ୍କ ସଂପର୍କରେ ଏକ କଥାର ଖୁଲାସା କରିଛନ୍ତି। ସେ ନିଜ ମାଆଙ୍କର କେଉଁ ଗୁଣକୁ ପସନ୍ଦ କରନ୍ତିନି ତାହା ଉକ୍ତ ସାକ୍ଷାତ୍‌କାରରେ କହିଛନ୍ତି।

ଆପଣ ଜାଣନ୍ତି ଯେ ସାହିଦ କପୁରଙ୍କର ତାଙ୍କ ମାଆ ନିଲିମାଙ୍କ ସହ ସଂପର୍କ ଖୁବ୍ ନିବିଡ଼। ତାଙ୍କ ମାଆ ଜଣେ ସିଙ୍ଗଲ୍‌ ପ୍ୟାରେଣ୍ଟ୍‌ ହୋଇଥିବା ବେଳେ ସେ ତାଙ୍କର ଓ ତାଙ୍କ ସାନଭାଇ ଈଶାନ ଖଟ୍ଟରଙ୍କ ଦେଖାଶୁଣା ବେଶ୍‌ ଭଲ ଭାବେ କରିଛନ୍ତି।

ଏ ନେଇ ସାହିଦ କହନ୍ତି, ‘ମୁଁ ଓ ଈଶାନ ମୋ ମାଆଙ୍କର ଋଣ କେବେ ସୁଝି ପାରିବୁ ନାହିଁ। ମାଆ ସବୁବେଳେ ସକାରାତ୍ମକ ରହନ୍ତି। ଆମ ଦୁଇ ଭାଇଙ୍କୁ ସେ ବହୁତ ସମର୍ଥନ କରିଛନ୍ତି। ମାଆ ଯେବେ ମୋତେ ଫୋନ୍‌ କରି କିମ୍ବା ସାମ୍ନାରେ କେବଳ ପ୍ରଶଂସା କରନ୍ତି ତ ମୁଁ ରାଗିଯାଏ। ରାଗିକି କହେ କି ମୁଁ ତମ ସହ ଆଉ କଥା ହେବିନି। ସବୁବେଳେ ଖାଲି ପ୍ରଶଂସା କରୁଛ। କେତେବେଳେ ତ ସମାଲୋଚନା କର, ନହେଲେ ମୁଁ ମୋ ଭୁଲ୍‌ ଜାଣିବି କେମିତି?’

ତେବେ ସାହିଦ ଆହୁରି ବି କହିଛନ୍ତି ଯେ ସେ ନିଜ ବାପାମାଆଙ୍କ ବିଷୟରେ ସର୍ବସମ୍ମୁଖ‌ରେ ବେଶି କଥା ହେବାକୁ ପସନ୍ଦ କରନ୍ତିନି। ଆପଣ ଜାଣିଥିବେ ନିଶ୍ଚୟ ଯେ ୨୦୦୩ ମସିହାରୁ ସାହିଦ ବଲିଉଡ୍‌ରେ ପାଦ ରଖିଛନ୍ତି।

ସମ୍ବନ୍ଧିତ ଖବର