ବଲିଉଡର ନାମୀ ନାୟକ ଶାହିଦ୍ କପୁର ଏବେ ତାଙ୍କର ନୂଆ ସିନେମା ‘ପଦ୍ମାବତୀ’କୁ ନେଇ ବ୍ୟସ୍ତ ଏବଂ ଉତ୍ସାହିତ ଅଛନ୍ତି। କୁହାଯାଉଥିଲା ଯେ ଏହା ରିଲିଜ୍ ହେବାପରେ ଶାହିଦ୍ କପୁର ଅନ୍ୟ ସିନେମାର କାହାଣୀ ଶୁଣିବେ ଏବଂ ସାଇନ୍ କରିବେ। ହେଲେ ଏହାଭିତରେ ସେ ଏକ ଫିଲ୍ମ ସାଇନ୍ କରିଥିବାର ଚର୍ଚ୍ଚା ହେଉଛି।
ସବୁଠୁ ବଡ଼ କଥା ହେଲା ଯେ ଏହା ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକଙ୍କ ସିନେମା। ଚଳିତ ବର୍ଷର ସବୁଠୁ ବଡ଼ ହିଟ୍ ସିନେମା‘ଟଏଲେଟ୍ ଏକ୍ ପ୍ରେମକଥା’ର ନିର୍ଦ୍ଦେଶକଙ୍କ ଫିଲ୍ମରେ ଅଭିନୟ କରିବେ ଶାହିଦ୍ କପୁର । ଏହି ନିର୍ଦ୍ଦେଶକଙ୍କ ନାମ ହେଲା ଶ୍ରୀ ନାରାୟଣ୍ ସିଂହ। ଅକ୍ଷୟ କୁମାର ଷ୍ଟାରର‘ଟଏଲେଟ୍ ଏକ୍ ପ୍ରେମକଥା’ ବ୍ଲକବଷ୍ଟର୍ ମୁଭିର ମାନ୍ୟତା ପାଇବାପରେ ଶ୍ରୀ ନାରାୟଣ୍ ସିଂହଙ୍କର ବଲିଉଡରେ ଡିମାଣ୍ଡ ବଢ଼ିଯାଇଛି।
ଶାହିଦ୍ କପୁର ଯେମିତି କାହାଣୀ ଶୁଣିଲେ ସେ ସେମିତି ତାଙ୍କ ସିନେମାରେ କାମ କରିବାକୁ ରାଜି ହୋଇଗଲେ ବୋଲି ‘ଟଏଲେଟ୍ ଏକ୍ ପ୍ରେମକଥା’ର ନିର୍ଦ୍ଦେଶକ ଶ୍ରୀ ନାରାୟଣ୍ ସିଂହ କହିଛନ୍ତି । ଏହାର କାହାଣୀ ଏବଂ ଚରିତ୍ର ଶାହିଦଙ୍କୁ ସୁଟ୍ କରିଥିବା ହେତୁ ସେ ଶାହିଦ୍ କପୁରଙ୍କୁ ସାଇନ୍ କରିଥିବା କହିଛନ୍ତି।