ନୂଆଦିଲ୍ଲୀ: ବଲିଉଡର ସୁପରକ୍ୟୁଟରୁ ସୁପରଏଙ୍ଗ୍ରି ହିରୋ ପର୍ଯ୍ୟନ୍ତ ଯାତ୍ରା କରିଥିବା ସାହିଦ କପୁର 'କବୀର ସିଂ' ପରେ 'ଜର୍ସି'କୁ ନେଇ ଚର୍ଚ୍ଚାରେ ରହିଛନ୍ତି।
ଚଳଚ୍ଚିତ୍ରଟି ରିଲିଜ୍ ପାଇଁ ପ୍ରସ୍ତୁତ ଏବଂ ଲୋକମାନେ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ସାହିଦ କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ ପାଟିରୁ ରକ୍ତଧାର ବୋହୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ସାହିଦ ନିଜେ ସେୟାର କରିଛନ୍ତି। ସାହିଦ ନିଜ ଆଘାତକୁ ନେଇ ବି ଆଲୋଚନା କରିଛନ୍ତି।
View this post on Instagram
ଏହି ଭିଡିଓଟି ବର୍ତ୍ତମାନ ନୁହେଁ ବରଂ ଫିଲ୍ମ 'ଜର୍ସି'ର ସୁଟିଂ ସମୟରେ। ଫିଲ୍ମର ସୁଟିଂ ସମୟରେ ଏହା ଏକ ବିଟିଏସ୍ ଭିଡିଓ, ଯେଉଁଥିରେ ସାହିଦଙ୍କୁ ଆଘାତ ଲାଗିଛି। ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖିପାରୁଥିବେ ଯେ ସାହିଦ ଏହି ଚଳଚ୍ଚିତ୍ର ପାଇଁ କେତେ ପରିଶ୍ରମ କରିଛନ୍ତି। କେବଳ ଏତିକି ନୁହେଁ, ବ୍ୟାଟିଂ କରିବାସମୟରେ ତାଙ୍କ ଓଠରେ ବି ଗଭୀର ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କ ଓଠରେ ୨୫ ଟି ସିଲେଇ ପଡ଼ିଥିଲା। କିନ୍ତୁ ସେ ହାର ମାନି ନଥିଲେ ଏବଂ ପଡ଼ିଆରେ ସୁଟିଂ ଜାରି ରଖିଥିଲେ।
ସାହିଦ କପୁର ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ହାତରେ ଏକ ବ୍ୟାଟ୍ ଧରିଥିବାର ଦେଖିବାକୁ ମିଳୁଛି। ଲୋକମାନେ ତାଙ୍କୁ ଷ୍ଟାଡିୟମରେ ଉତ୍ସାହିତ କରୁଛନ୍ତି। ଏହି ଦୃଶ୍ୟ ତ ଫିଲ୍ମର ଏକ କ୍ଲିପ୍, କିନ୍ତୁ ଏହା ଆଗକୁ ଯେଉଁ ଦୃଶ୍ୟ ରହିଛି ତାହା ସଂପୂର୍ଣ୍ଣ ବାସ୍ତବ ଅଟେ । ଏକ ବଲ ଆସି ସାହିଦ କପୁରଙ୍କ ଓଠରେ ବାଜିଥିଲା। ଏହି ଆଘାତ ପରେ ତାଙ୍କ ଓଠ ଫାଟି ଯାଇ ରକ୍ତ ବାହାରିଥିଲା। ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା।