ଲକ୍‌ଡାଉନ୍‌ ସମୟରେ ଘରେ ରହି ଏହି କାମ କରୁଛନ୍ତି ସାହିଦ କପୁର୍

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା କାରଣରୁ ଦେଶର ବିଭିନ୍ନ ବର୍ଗର ଲୋକେ ଏବେ ଘରେ। ଗତ କିଛି ଦିନ ମଧ୍ୟରେ ଅନେକ ସେଲିବ୍ରେଟି କିପରି ଭାବେ ନିଜକୁ ଘରେ ବନ୍ଦ କରି ରଖିଛନ୍ତି ଓ କିପରି ଭାବେ ସେମାନଙ୍କ ଦିନ ଓ ସମୟ କଟୁଛି ବୋଲି ସୋସିଆଲ୍‌ ମିଡିଆରେ ପ୍ରକାଶ କରି ସାରିଛନ୍ତି।

ବଲିଉଡ୍‌ ଷ୍ଟାର୍‌ ସାହିଦ କପୁର ଲକ୍‌ଡାଉନ୍‌ ସମୟରେ ଘରେ ରହି ପତ୍ନୀ ମୀରାଙ୍କୁ ରୋଷେଇରେ ସାହାଯ୍ୟ କରୁଥିବା କଥା ମୀରା ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ଲେଖିଛନ୍ତି, ‘ସ୍ବାମୀଙ୍କ ହାତ ରନ୍ଧା ଖାଦ୍ୟକୁ ଅପେକ୍ଷା କରିଛି’। ସେହିପରି ଆଉ ଏକ ଇନ୍‌ଷ୍ଟା ପୋଷ୍ଟ୍‌ରେ ସେ ଲେଖିଛନ୍ତି, ‘ମୁଁ ଖୁସି ଯେ ମୋ ପାଦ ମୁଁ ମୋ ଜୋତାରୁ କାଢ଼ିବା ପରେ ମୋ ସ୍ବାମୀ ସେଥିରେ ଭର୍ତ୍ତି କରିବାର ସୁଯୋଗ ପାଇଲେ।’

 

ଆପଣ ଜାଣିଥିବେ ସାହିଦ ଓ ମୀରାଙ୍କ ବିବାହ ୨୦୧୫ ମସିହାରେ ହୋଇଥିଲା। ମୀରା ସେ ସମୟର ଏକ ଫଟୋ ଦେଇ ସେହି ମୁହୂର୍ତ୍ତକୁ ମନେ ପକାଉଛନ୍ତି ବୋଲି ଲେଖିଛନ୍ତି। କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ୨୧ ଦିନଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ସାହିଦ ଆଉ ଘରୁ ବାହାରି ନାହାନ୍ତି।

ଏପ୍ରିଲ୍‌ ୧୫ ତାରିଖ ପର୍ଯ୍ୟନ୍ତ ମୋଦୀ ଲକ୍‌ଡାଉନ୍‌ ଘୋଷଣା କରି କାହାରିକୁ ବି ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ଘରେ ରହିଲେ ହିଁ କରୋନା ପରି ମାରାତ୍ମକ ଭାଇରସ୍‌କୁ ହରାଇ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର