ନୂଆଦିଲ୍ଲୀ: ଯେପରି ଅଭିନେତା ଶାହିଦ କପୁର ବଲିଉଡର ଜଣେ ପ୍ରତିଭାବାନ ତାରକା, ତେବେ ତାଙ୍କ ପତ୍ନୀ ମୀରା ରାଜପୁତ ମଧ୍ୟ କୌଣସି ଗୁଣରେ କମ୍ ନୁହଁନ୍ତି। ସେ ଜଣେ ଭଲ ଫ୍ୟାସନିଷ୍ଟ୍ ଭାବେ ବେଶ ଜଣାଶୁଣା। କେବଳ ଇନଷ୍ଟାଗ୍ରାମ ନୁହେଁ, ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୀରାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ମୀରା ରାଜପୁତଙ୍କର ଏହି ପ୍ଲାଟଫର୍ମମାନଙ୍କର ତାଙ୍କ ଗ୍ଲାମରସ୍ ଜୀବନର ଝଲକ ଦେଖିବାକୁ ମିଳିଥାଏ। ସାହିଦ ବି ତାଙ୍କ ପତ୍ନୀଙ୍କୁ ନେଇ କେତେ ଗର୍ବିତ ଅନୁଭବ କରନ୍ତି ତାହା କହିବାର ଆବଶ୍ୟକତା ନାହିଁ।
ହେଲେ ନିକଟରେ ପତ୍ନୀମାନଙ୍କ ସଂପର୍କରେ ଏକ ବୟାନ ଦେଇ ଫସି ଯାଇଛନ୍ତି ଶାହିଦ କପୁର। ତାଙ୍କ ବୟାନ ଶୁଣିବା ପରେ ତାଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଉଛି। ଟ୍ରୋଲର୍ସ ଶାହିଦଙ୍କୁ ବାସ୍ତବ ଜୀବନରେ ବି ତୁମେ କବିର ସିଂହ ବୋଲି କହିବା ଆରମ୍ଭ କରିଛନ୍ତି।
ଶାହିଦ ନିକଟରେ ଏକ ସାକ୍ଷାତ୍କାରେ କହିଥିଲେ କି ମୀରା ରାଜପୁତ ତାଙ୍କ ଜୀବନରେ ଆସିବା ପୂର୍ବରୁ ତାଙ୍କ ଘରେ ଗୋଟାଏ ପ୍ଲେଟ୍ ଓ ଦୁଇଟି ଚାମଚ ଥିଲ।। ମୀରା ଆସିବା ପରେ ହିଁ ତାଙ୍କ ଜୀବନ ବଦଳିଛି। ସେ ଆହୁରି ବି କହିଥିଲେ ଯେ ବିବାହ ହେଉଛି ବିଗିଡ଼ିକି ଥିବା ଜଣେ ପୁରୁଷକୁ ସଜାଡ଼ିବା ପାଇଁ ଜଣେ ନାରୀ ମିଳିବାର କଥା।
ଶାହିଦଙ୍କ ଏହି କଥାକୁ ନେଇ ତାଙ୍କୁ ଟ୍ରୋଲ୍ କରାଯାଉଛି। ସାହିଦ ଆହୁରି ବି କହିଥିଲେ ଯେ ଜଣେ ଯୁବକ ଜୀବନ ସାରା ବଦଳିଥାଏ, ଠିକ୍ ହେବାରେ ଲାଗିଥାଏ। ଏହାର ନାମ ହିଁ ଜୀବନ। ତେବେ ଏହାକୁ ନେଇ ବିରୋଧ କରିଛନ୍ତି ସୋସିଆଲ୍ ମିଡିଆ ବ୍ୟବହାରକାରୀ।
ଜଣେ ମହିଳାର କାମ ପୁରୁଷକୁ ସଜାଡ଼ିବା ନୁହେଁ ବୋଲି କେହି ଲେଖିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି, ‘ମାନୁଛି ତମେ କବିର ସିଂହ ଭୂମିକା ନିଭାଇଛ। ମାତ୍ର ବାସ୍ତବ ଜୀବନେ ସେପରି ହୁଏନି’।