ନିଜର ଏହି ପ୍ରିୟ ନିର୍ଦ୍ଦେଶକଙ୍କ ସହିତ ପୁଣି କାମ କରିବେ ଶାହିଦ୍ କପୁର!

ମୁମ୍ବାଇ: ଗତ କିଛି ଦିନ ହେବ ଶାହିଦ୍ କପୁରଙ୍କୁ ନେଇ ଏକ ଚର୍ଚ୍ଚା ଜୋର୍ ଧରିଛି । ସେ ତାଙ୍କର ପ୍ରିୟ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ସହିତ ପୁଣି କାମ କରିବେ ବୋଲି ଶୁଣିବାକୁ ମିଳୁଛି। ଏଥିଲାଗି ଶାହିଦ୍ କପୁର ବିଶାଲଙ୍କୁ ଭେଟିଥିବାର ସୂଚନା ମିଳିଛି । ଉଭୟେ ପୁଣି ଥରେ ଏକାଠି କାମ କରିବାକୁ ଯାଉଥିବା ନେଇ ଖବର ଶୁଣିବାକୁ ମିଳୁଛି । କୁହାଯାଉଛି ଯେ ଶାହିଦ୍ ପୁଣି ଏକ ଭଲ ସ୍କ୍ରିପ୍ଟରେ କାମ କରିବାକୁ ଚାହୁଁଛନ୍ତି ସେଥିଲାଗି ବିଶାଲଙ୍କ ଉପରେ ତାଙ୍କର ସବୁଠାରୁ ଅଧିକ ଭରସା ରହିଛି। ଶାହିଦ୍ ବିଶାଲଙ୍କୁ ଭେଟିବା ଲାଗି ତାଙ୍କ ଅଫିସ୍ ନିକଟକୁ ଯାଇଥିଲେ ।

ସୂଚନାଯୋଗ୍ୟ ଯେ ବିଶାଲ ଭରଦ୍ୱାଜଙ୍କ ସହିତ ଶାହିଦ୍ କପୁର ‘କମିନେ’, ‘ରଙ୍ଗୁନ୍’ ଏବଂ ‘ହାଇଦର୍’ ଆଦି ସିନେମାରେ କାମ କରିଥିଲେ । ଏହି ସମସ୍ତ ଫିଲ୍ମଗୁଡ଼ିକୁ ସିନେପ୍ରେମୀ ବେଶ୍ ପସନ୍ଦ ମଧ୍ୟ କରିଥିଲେ ।

Image result for vishal bhardwaj-shahid kapoor
IBTimes India

ଏବେ ଶାହିଦ୍ ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକରେ ଅଭିନୟ କରୁଛନ୍ତି । ଏଥିପାଇଁ ଶାହିଦ୍ କ୍ରିକେଟ୍ ଟ୍ରେନିଂ ନେଉଛନ୍ତି ।
ଶାହିଦ୍ କପୁରଙ୍କ କ୍ୟାରିଅର୍ର ସବୁଠାରୁ ବଡ଼ ବ୍ଲକ୍ବଷ୍ଟର ହିଟ୍ ଫିଲ୍ମ ‘କବୀର ସିଂ’ ଚଳିତ ବର୍ଷ ରିଲିଜ୍ ହୋଇଥିଲା। । ଏହି ଫିଲ୍ମ ୩୩୨ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

ସମ୍ବନ୍ଧିତ ଖବର