ଭାଇରାଲ୍‌ ହେଲା ସାହିଦ କପୁରଙ୍କ ବେଡ୍‌ରୁମ୍‌ ଭିଡିଓ, ମୀରା ଶୋଇପଡ଼ିବା ପରେ ଏହି କାରଣରୁ ଖୁସି ହଉଛନ୍ତି ସାହିଦ

ମୁମ୍ବାଇ: ସାହିଦ କପୁର ଓ ମୀରା ରାଜପୁତଙ୍କୁ ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ସକ୍ରିୟ ରହୁଥିବାର ଦେଖିବାକୁ ମିଳେ। ନିକଟରେ ସାହିଦ ଓ ମୀରାଙ୍କର ଏକ ବେଡରୁମ୍ ଭିଡିଓ ଭାଇରାଲ୍ ହୋଇଛି। ଯେଉଁ ଭିଡିଓରେ ମୀରା ଶୋଇପଡ଼ିବା ପରେ ସାହିଦ ଖୁସି ପ୍ରକଟ କରୁଥିବାର ଦେଖିବାକୁ ମିଳିଛି। ମୀରାଙ୍କ ଶୋଇବାକୁ ସାହିଦ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି।

 

 

View this post on Instagram

 

A post shared by Shahid Kapoor (@shahidkapoor)

ଏହି ଭିଡିରେ ମୀରା ଖଟ ଉପରେ ବସି ବହି ପଢୁଛନ୍ତି। ସେହି ସମୟରେ ସାହିଦ ଧୀରେ ଧୀରେ ଏକ କପଡ଼ାକୁ ସଜାଡୁଥିବାର ଦୃଶ୍ୟମାନ ହୋଇଛି। ମୀରା ବହି ବନ୍ଦ କରି କଡ଼କୁ ଦେଖି ଶୋଇପଡୁଛନ୍ତି। ମିରାଙ୍କୁ ଶୋଉଥିବାର ଦେଖି ସାହିଦ ଖୁସି ହୋଇ ଯାଉଛନ୍ତି ଓ କହୁଛନ୍ତି ‘ଫାଇନାଲି ମୁଁ ‌ଓ ମୋର ନୂଆ ଟିଭି’।

ସାହିଦ କପୁର ଇନଷ୍ଟାଗ୍ରାମରେ ଭିଡିଓଟି ସେୟାର କରି ସେଥିରେ ନୂଆ ୱାନ୍ ପ୍ଲସ୍ ଚ୍ୟାନେଲ୍ ଦେଖିବାକୁ ନିଜର ଖୁସି ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର