ଅଭିନେତା ସାହିଦ କପୁର ନିଜ ପତ୍ନୀ ମୀରା ରାଜପୁତଙ୍କ ଏକ ଭିଡିଓ ସେୟାର କରି ସେକ୍ସି ବୋଲି ଲେଖିବାରୁ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି ମୀରା। ଦୁହେଁ ଏବେ ଘରେ ଲକ୍ଡାଉନରେ ରହି ପରସ୍ପର ସହ ସମୟ ଖୁସିରେ ସମୟ ବିତାଉଥିବା ବେଳେ ନିଜ ପ୍ରଶଂସକଙ୍କୁ ଏହି ମଧୁର ପ୍ରତିଶୋଧ ମାଧ୍ୟମରେ ବାନ୍ଧି ରଖିଛନ୍ତି। ବାସ୍ତବରେ ସାହିଦ ନିଜ ପତ୍ନୀଙ୍କ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ତାଙ୍କୁ ଚିଡ଼ାଇବା ପାଇଁ ଲେଖିଥିଲେ ‘ସେକ୍ସି’। ତେବେ ଏହାର ଜବାବରେ ମିଠା ପ୍ରତିଶୋଧ ନେବାକୁ ମୀରା ସାହିଦ କପୁରଙ୍କ ପ୍ରଥମ ଚଳଚ୍ଚିତ୍ରର ଫଟୋସପ ପୋଷ୍ଟର ସେୟାର କରିଥିଲେ। ଯେଉଁଥିରେ ସାହିଦଙ୍କ ସମେତ ରୋହନ ଦେଓ ବତ୍ସଲ ସେଠ୍ ମଧ୍ୟ ଅଛନ୍ତି। ସେଇ ପୋଷ୍ଟରରେ ସାହିଦ ପିଲାଙ୍କ ଭଳି ଦେଖାଯାଉଛନ୍ତି। ମୀରା ଏହି ପୋଷ୍ଟର ପୋଷ୍ଟ କରି ସାହିଦଙ୍କୁ ଝିନ୍ଝଟରେ ପକାଇବେ ବୋଲି ଭାବୁଥିଲେ। ମାତ୍ର ଓଲଟା ପ୍ରତିକ୍ରିୟା ଆସିଲା। ଲୋକେ ଏ ପୋଷ୍ଟରରେ ସାହିଦଙ୍କର ପ୍ରଶଂସା କଲେ। ଜଣେ ପ୍ରଶଂସକ ମଜାରେ ଏକଥା ବି ଲେଖିଥିଲେ ଯେ ମୀରା ଅମ୍ରିତା ରାଓଙ୍କ ଭଳି ଦେଖାଯାଉଛନ୍ତି। ଉଭୟ ସାହିଦ ଓ ମୀରା ଏହିଭଳି ମଜାଦାର ଭିଡିଓ ରୀତିମତ ସେୟାର କରି ଆସୁଛନ୍ତି।
ସାହିଦ କପୁର ପତ୍ନୀଙ୍କୁ ସେକ୍ସି କହିବାରୁ ମଧୁର ପ୍ରତିଶୋଧ ନେଲେ ମୀରା
/sambad/media/post_attachments/wp-content/uploads/2020/04/sahid-aa.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)