ମୁମ୍ବାଇ :ବଲିଉଡ ନାୟକ ଶାହିଦ୍ କପୁର ଏବେ ବତ୍ତି ଗୁଲ ମିଟର ଚାଲୁ ର ସୁଟିଂ କରୁଛନ୍ତି। ସେ ଆଜିକାଲି ଖୁବ୍ ଖୁସି ଜଣାପଡ଼ୁଛନ୍ତି । ଚଳିତ ବର୍ଷ ତାଙ୍କ ଅଭିନୀତ ‘ପଦ୍ମାବତ୍’ ସୁପରହିଟ୍ ହୋଇଛି। ଏହା ଆଗରୁ ତାଙ୍କ ଅଭିନୀତ ‘ଉଡତା ପଞ୍ଜାବ୍’ ହିଟ୍ ହୋଇଥିଲା। ତାପରେ ସେ ପିତୃତ୍ୱ ଲାଭ କରିଥିଲେ। ଏହାପରେ ତାଙ୍କୁ ମିଳିଥିଲା ପ୍ରଖ୍ୟାତ ନିର୍ଦେଶକ ସଂଜୟଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତୀ’।
Sambad is now on WhatsApp
Join and get latest news updates delivered to you via WhatsApp
ସଂଜୟଲୀଲା ଭଂସାଲୀଙ୍କ ସହ କାମ କରିବାର ସ୍ୱପ୍ନ ତାଙ୍କର ପୂରଣ ହେବାପରେ ସେ ଏବେ ନିଜ ସାନଭାଇ ଇଶାନ୍ ଖଟ୍ଟରଙ୍କ ଅଭିନୀତ ‘ଧଡ଼କ୍’ କୁ ନେଇ ଯେତିକି ଉତ୍ସାହିତ ସେତିକି ନର୍ଭସ୍ ବି ଅଛନ୍ତି। ଇଶାନ୍ ଖଟ୍ଟରଙ୍କ ‘ବିଅଣ୍ଡ୍ ଦ କ୍ଲାଉଡସ୍’କୁ ନେଇ ବେଶ୍ ଉତ୍ସାହିତ ଥିଲେ ଶାହିଦ୍ କପୁର । ସେ ଚାହୁଁଛନ୍ତି ତାଙ୍କ ସାନଭାଇ ତାଙ୍କଠୁ ବି ଅଧିକ ସଫଳ ହୁଅନ୍ତୁ । ଏଠାରେ ସୂଚନାଯୋଗ୍ୟ ଯେ ‘ଧଡ଼କ୍’ରେ ଇଶାନ୍ ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀ କପୁରଙ୍କ ସହ ନଜର ଆସିବେ। କରଣ ଜୋହର୍ ଏହାର ନିର୍ମାତା ଏବଂ ଶଶାଙ୍କ ଖୈତାନ୍ ନିର୍ଦ୍ଦେଶକ।