କେବେ କମିନା ତ କେବେ କବୀର, କେବେ ହାଇଦର ତ କେବେ ଫଟା ପୋଷ୍ଟର; ଏମିତି ଭିନ୍ନ ଭିନ୍ନ ଅବତାର ନେଇଥିବା ଶାହିଦ ଏବେ ଷଣ୍ଢ ଅବତାରରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ‘କବୀର ସିଂ’ର ଆଶାତୀତ ସଫଳତା ପରେ ଭୂଷଣ କୁମାର ତାଙ୍କ ପ୍ରଡକ୍ସନ ହାଉସ୍ରେ ଅମର ବୁତାଲା ଓ ଗାରିମା ମେହେଟ୍ଟାଙ୍କୁ ପାର୍ଟନର ଭାବେ ସାମିଲ କରିଛନ୍ତି।
‘ବୁଲ୍’ ନାମରେ ନିର୍ମିତ ହେବାକୁ ଥିବା ଏହି ନୂଆ ଚଳଚ୍ଚିତ୍ରଟି ୧୯୮୦ ମସିହାର ଏକ ବାସ୍ତବ କାହାଣୀ ଉପରେ ଆଧାରିତ। କମିନେ, ହାଇଦର, ତଲ୍ୱାର ଭଳି ସଫଳ ସିନେମାର ନିର୍ଦ୍ଦେଶକ ଆଦିତ୍ୟ ନମ୍ବଲ୍କରଙ୍କୁ ‘ବୁଲ୍’ର ନିର୍ଦ୍ଦେଶନା ଦେବା ପାଇଁ ଭୂଷଣ କୁମାର ସ୍ଥିର କରିଛନ୍ତିି। ଶାହିଦ କହିଛନ୍ତି- ମୁଁ ବିେଶଷ ଭାବେ ଉତ୍ସାହିତ ହେଲି ଯେତେବେଳେ ପ୍ରଯୋଜକ ମୋତେ ‘ବୁଲ୍’ର କାହାଣୀ ଶୁଣାଇଥିଲେ। ଆକ୍ସନ୍ ବେସଡ୍ ଏଇ ଚଳଚ୍ଚିତ୍ରଟି ବ୍ରିଗେଡିଅର୍ ବୁଲ୍ସାରାଙ୍କ ଜୀବନୀ ଉପରେ ପର୍ଯ୍ୟବସିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/shahid-kapoor-f.jpg)