ଏସିଡ ପୀଡ଼ିତାଙ୍କର ବିବାହ କରାଇଲେ ଶାହରୁଖ ଖାନ

ମୁମ୍ବାଇ: ବଲିଉଡ କିଙ୍ଗଖାନ ନିଜ ଅସଲ ଜୀବନରେ ଏକ ମହାନ କାମ କରିଛନ୍ତି । ସେ ଏସିଡ ଆକ୍ରମଣରେ ଆହତ ପୀଡିତାଙ୍କ ପାଇଁ ଏକ ଫାଉଣ୍ଡେସନ ଚଳାଉଛନ୍ତି । ନା କେବଳ ସେମାନଙ୍କ ଚିକିତ୍ସା କରାଉଛନ୍ତି ବରଂ ସେମାନେ କିଭଳି ସାଧାରଣ ଜୀବନ ଯାପନ କରିବେ ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ କରିବା ସହ ତାଲିମ ମଧ୍ୟ ଦେଉଛନ୍ତି । ନିକଟରେ ଶାହରୁଖ ଏହି ଫାଉଣ୍ଡେସନରେ ଆସିଥିବା ଏକ ପୀଡିତାଙ୍କ ବିବାହ କରାଇଛନ୍ତି ।


ଶାହରୁଖ ଏହି ବିବାହର ଫଟୋ ସେୟାର କରି ଶୁଭକାମନା ଜଣାଇଛନ୍ତି । କିଙ୍ଗଖାନ ମୀର ଫାଉଣ୍ଡେସନର ଏକ ଟ୍ୱିଟକୁ ରିଟ୍ୱିଟ କରି ଶୁଭକାମନା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ଅନୁପମାଙ୍କୁ ମୋର ଅନେକ ଅନେକ ଭଲ ପାଇବା ।

ଆପଣଙ୍କ ଜୀବନର ନୂଆ ଆରମ୍ଭ ଆପଣଙ୍କ ଜୀବନରେ ଖୁସି ଏବଂ ଆଲୋକ ଭରି ଦେଉ । ଶାହରୁଖ ଖାନଙ୍କ ଏହି ପୋଷ୍ଟରେ ଫ୍ୟାନ୍ସମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ଯେଉଁଥିରେ ଫ୍ୟାନ୍ସ ଶାହରୁଖ ଖାନଙ୍କୁ ଲଗାତାର ତାଙ୍କ ଫାଉଣ୍ଡେସନ ପାଇଁ ଶୁଭକାମନା ଜଣାଉଛନ୍ତି, ଯାହା ଜରିଆରେ ସେ ପୀଡିତାଙ୍କୁ ସାହାଯ୍ୟ କରୁଛନ୍ତି ।

ସମ୍ବନ୍ଧିତ ଖବର