କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ବଛାବଛା ସୁନ୍ଦରୀ ନାୟିକାଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ପଛରେ ଅନେକ ଦିୱାନା ହୋଇଥିବା ବେଳେ ସେ କିନ୍ତୁ ତାଙ୍କ ସ୍ବାମୀ ଭିକି କୌଶଲଙ୍କ ପ୍ରେମରେ ମସ୍‌ଗୁଲ୍‌। କ୍ୟାଟ୍‌ଙ୍କ ପରି ଜଣେ ଆକର୍ଷଣୀୟ ଅଭିନେତ୍ରୀଙ୍କ ବିଷୟରେ ଏ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ଖୋଦ୍ କ୍ୟାଟ୍ରିନା କହିଛନ୍ତି ଯେ ତାଙ୍କୁ ବିଗତ ୧୦ ବର୍ଷ ମଧ୍ୟରେ କେହି ବି କେବେ ଡେଟ୍‌ରେ ଯିବାକୁ ପଚାରି ନାହାନ୍ତି। ସେ ତାଙ୍କ ଫିଲ୍ମ ‘ଜିରୋ’ର ପ୍ରମୋସନ୍‌ ବେଳେ ଶାହରୁଖ୍‌ ଖାନ୍‌ ଓ ଅନୁଷ୍କା ଶର୍ମାଙ୍କ ଉପସ୍ଥିତିରେ ଏହି କଥା କହିଛନ୍ତି। ତାଙ୍କୁ ଯେତେବେଳେ ଡେଟିଂ ବିଷୟରେ ଏକ ପ୍ରଶ୍ନ ପଚରାଗଲା ତ ସେ କହିଥିଲେ, ଗତ ୧୦ ବର୍ଷ ମଧ୍ୟରେ ତାଙ୍କୁ କେହି ଡେଟ୍‌ ପାଇଁ ପଚାରିନାହାନ୍ତି।

Advertisment

ସଙ୍ଗେ ସଙ୍ଗେ ଶାହରୁଖ୍‌ ମଜାରେ କହିଥିଲେ, ‘ତୁମ ସହ କେହି ଡେଟ୍‌ରେ ଯିବାକୁ ଚାହାନ୍ତିନି, କାରଣ ସମସ୍ତେ ତୁମକୁ ଡରନ୍ତି। ତୁମେ ମୋ ସହର ଦିଲ୍ଲୀ‌େର ଅଛ। ମୁଁ ତୁମ ସହ ଡେଟ୍‌ରେ ଯିବି ଏବଂ ତୁମେ ଯାହା କହିବ ମୁଁ ସେୟା କରିବି।’’ ଶାହରୁଖ୍‌ଙ୍କ ମୁହଁରୁ ଏପରି କଥା ଶୁଣି ଲାଜେଇ ଯାଇଥିଲେ କ୍ୟାଟ୍ରିନା। ଆପଣ ଜାଣିଥିବେ, ଗତ କିଛି ଦିନ ହେବ ଅଭିନେତ୍ରୀ କ୍ୟାଟ୍ରିନା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଛି। ତେବେ ସେ କିମ୍ବା ତାଙ୍କ ସ୍ବାମୀ ଭିକି ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି।