ମୁମ୍ବାଇ: ବର୍ଷ ଆରମ୍ଭରୁ ଖବର ଆସିଥିଲା କି, ପୁଣି ଥରେ ମହାଭାରତର କାହାଣୀକୁ ନିର୍ମାଣ କରାଯିବ ଚଳଚ୍ଚିତ୍ର । କିନ୍ତୁ େଓ୍ଵବ୍ ସିରିଜ୍ ଆକାରରେ । ଏହା ବଲିଉଡ୍ର ମିଷ୍ଟର ପରଫେକ୍ଟସନିଷ୍ଟ ଅମୀର୍ ଖାନ୍ଙ୍କ ଡ୍ରିମ୍ ପ୍ରୋଜେକ୍ଟ ହୋଇଥିବା ବେଳେ ଏହାର ବଜେଟ ୧୦୦୦ କୋଟି ରହିବ ବୋଲି ଖବର ମିଳିଥିଲା । ପରେ ସେ ମହାଭାରତକୁ ବଡ଼ ପରଦାରେ ଦେଖାଇବା ପାଇଁ ଚିନ୍ତା କରିଥିଲେ । ମହାଭାରତର ମୁଖ୍ୟ ନାୟକ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରରେ କିଏ ଆସିବ, ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଅଭିନେତାଙ୍କ ନାଁ ଘୋଷଣା କରିଛନ୍ତି ଶାହାରୁଖ୍ ଖାନ୍ । ୭ଟି ଭାଗରେ ହେବାକୁ ଥିବା ମହାଭାରତର େଓ୍ଵବ୍ ସିରିଜ୍ରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନେତା ଅମୀର୍ ଖାନ୍ ନଜର ଆସିବେ ବୋଲି ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2018/12/1-185-620x400-300x194.jpg)
ସୂଚନା ମୁତାବକ, ଏକ ସାକ୍ଷାତକାରରେ ଯୋଗ ଦେଇଥିବା ବେଳେ ଶାହାରୁଖ୍ ଭବିଷ୍ୟତରେ କେଉଁ ଚରିତ୍ରରେ ନଜର ଆସିବା ପାଇଁ ଚାହାନ୍ତି ବୋଲି ପଚରା ଯାଇଥିଲା । ଯାହାର ଉତ୍ତରରେ ମୁଁ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ନଜର ଆସିବା ପାଇଁ ଚାହିଁବି ବୋଲି ଶାହାରୁଖ୍ କହିଥିଲେ । ପରେ, କିନ୍ତୁ ଏବେ ମହାଭାରତରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ର ଅମୀର୍ ଖାନ୍ ନେଇଗଲେ । ଯାହା ପାଇଁ ମୁଁ ସେହି ଚରିତ୍ର କରି ପାରିବି ନାହିଁ ।