ସାଙ୍ଗଙ୍କ ସହ ଚିଲ୍‌ କରୁଛନ୍ତି ଶାହରୁଖ୍ ଖାନଙ୍କ ଝିଅ ସୁହାନା

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍ ଶାହରୁଖ୍ ଖାନଙ୍କ ଝିଅ ସୁହାନା ନିଜର ଇନଷ୍ଟାଗ୍ରାମରେ ଏକ ନୂଆ ଫଟୋ ସେଆର୍‌ କରିଛନ୍ତି। ଏଥିରେ ସେ ନିଜର ସାଙ୍ଗଙ୍କ ସହ ସୁଇମିଂ ପୁଲରେ ଚିଲ୍‌ କରୁଥିବାର ଦେଖିବାକୁ ମିଳୁଛନ୍ତି। ସେ ମୁମ୍ବାଇରେ ଏବେ ଅଛନ୍ତି।

ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ସେ ଲଣ୍ଡନରେ ପାଠ ପଢ଼ୁଛନ୍ତି। ସେହି ସ୍କୁଲର ଡର୍ମିଟାରିରେ ପାସ୍ତା ତିଆରି କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗଥିଲା। ଗତ କିଛି ଦିନତଳେ ସୁହାନା ଏବଂ ଶାହରୁଖ୍‌ ଖାନ୍‌ ମୁମ୍ବାଇ ବିମାନବନ୍ଦରରେ ଏକାଠି ନଜର ଆସିଥିଲେ। କିଙ୍ଗ ଖାନ୍‌ ସୁହାନାଙ୍କୁ ଲଣ୍ଡନ ପଠାଇବାପାଇଁ ସେଠାକୁ ଆସିଥିଲେ । ସେ ବାପାଙ୍କ ଭଳି ଅଭିନୟ କ୍ଷେତ୍ରରେ ପ୍ରବେଶ କରିବେ। ୨୦୧୮ରେ ବଲିଉଡରେ ଡେବୁ କରିବାକୁ ଯାଉଥିବା ଖବର ବି ଚର୍ଚ୍ଚାରେ ରହିଛି। କାରଣ ସୁହାନା ଗତ କିଛି ମାସ ହେବ ଅଧିକାଂଶ ପାର୍ଟିରେ ଯୋଗ ଦେଉଛନ୍ତି। ଖାଲି ସେତକି ନୁହେଁ ,ସେ ଫିଲ୍ମ ପ୍ରମିଅରକୁ ବି ମିସ୍‌ କରୁ ନାହାନ୍ତି। ସେ ନିଜର ଇନଷ୍ଟାଗ୍ରାମରେ ଅନେକ ସମୟରେ ନିଜ ବୋଲଡ ଫଟୋ ବି ସେଆର୍‌ କରି ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି।

ସେ ଜଣେ ଜନ୍ମଜାତ କଳାକାର। ସେ ଥିଏଟର ସହିତ ଜଡିତ। ତାଙ୍କର ଅଭିନୟ ଦେଖି ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ସୁହାନାଙ୍କର ପ୍ରଶଂସା କରିଥିଲେ। ସେ ଯାହା ହେଉନା କାହିଁକି ପିତା ଶାହରୁଖ୍ ଖାନଙ୍କ ଅପେକ୍ଷା ଏବେ ବଲିଉଡର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ସୁହାନା। ଏବେ ସେ କେଉଁ ସିନେମାରେ ପ୍ରଥମେ ଅଭିନୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଏଥିପାଇଁ କାହାଣୀ ଖୋଜିବାର ଦାୟିତ୍ୱ ଦିଆଯାଇଛି ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କୁ। ଶୁଣିବାକୁ ମିଳୁଛି ଯେ ଇତିମଧ୍ୟରେ କାହାଣୀ ଖୋଜା ସରିଛି । କିଏ ଏହାର ନିର୍ଦ୍ଦେଶନା ଦେବେ ତାହା ଦେଖିବାକୁ ବାକି ରହିଲା। ଆଉ ଏହି ସିନେମାରେ କିଏ ସୁହାନାଙ୍କର ନାୟକ ହେବେ ତାହା ଜାଣିବାକୁ ଅପେକ୍ଷା ଅଛି।

ସମ୍ବନ୍ଧିତ ଖବର