ମୁମ୍ବାଇ: ୨୦୨୩ ମସିହାରେ ଆରମ୍ଭରେ ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍‌’ ବକ୍ସ ଅଫିସ୍‌କରେ କମାଲ୍‌ କରିବା ପରେ କିଙ୍ଗ୍‌ଖାନ୍‌ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯବାନ’ ପାଇଁ ପ୍ରସ୍ତୁତ ହେଉଛନ୍ତି। ଶାହରୁଖଙ୍କ ଏହି ଫିଲ୍ମ ସେପ୍ଟେମ୍ବର ୭ ତାରିଖରେ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ଚାହିଦା ଏବେଠାରୁ ଦେଖିବାକୁ ମିଳିଲାଣି।

Advertisment

ଫିଲ୍ମ ରିଲିଜ୍‌ର ୮ ଦିନ ପୂର୍ବରୁ ଆଜି ‘ଯବାନ’ର ଟ୍ରେଲର୍‌ ରିଲିଜ୍ ହୋଇପାରେ। ପ୍ରଶଂସକମାନେ କିଙ୍ଗ୍‌ଖାନ୍‌ଙ୍କ ଏହି ଅପ୍‌କମିଂ ଫିଲ୍ମକୁ ନେଇ ଖୁବ୍ ଉତ୍ସାହୀ ଅଛନ୍ତି। ଫିଲ୍ମ ରିଲିଜ୍‌ ପୂର୍ବରୁ ଅଭିନେତ‌ା ତଥା ସିନେ ସମୀକ୍ଷକ କେଆର୍‌କେ ଶାହରୁଖ୍‌ଙ୍କ ‘ଯବାନ’କୁ ନେଇ ପୂର୍ବାନୁମାନ କରିଛନ୍ତି।

ସେ ଅନେକଗୁଡ଼ିଏ ଟ୍ବିଟ୍‌ କରି ଶାହରୁଖ୍‌ଙ୍କ ମା‌େର୍କେଟିଂ କୌଶଳର ପ୍ରଶଂସା କରିଛନ୍ତି। ସେ ଦାବିର ସହ କହିଛନ୍ତି ଯେ ‘ଯବାନ’ ପ୍ରଥମ ଦିନରେ ୧୨୫ କୋଟି ଟଙ୍କାର ବେପାର କରିବ। ‌ସେ ଅନ୍ୟ ଏକ ଟ୍ବିଟ୍‌ କରି ଭାରତରେ ‘ଯବାନ’ ୭୫ କୋଟି ଟଙ୍କାର ବମ୍ପର ଓପେନିଂ କରିବ ବୋଲି ଆଶା ପ୍ରକଟ କରିଛନ୍ତି।

ସେ ଆହୁରି ଏକ ଟ୍ବିଟ୍‌ କରି କହିଛନ୍ତି ଶାହରୁଖ୍‌ଙ୍କ ଏହି ଆଗାମୀ ଫିଲ୍ମଟି ଭାରତରେ କେବଳ ୬୦୦ ଓ ବାହାରେ ୮୦୦ କୋଟି ଟଙ୍କାର ବେପାର କରିବ। ଏହା ମନ‌ୋରଞ୍ଜନରେ ଭର୍‌ପୂର୍‌ ବୋଲି କେଆର୍‌କେ ସୂଚନା ଦେଇଛନ୍ତି।

‘ଯବାନ’ ଏକ ଇତିହାସ ଚରିବା ପରି ଫିଲ୍ମ ବନିବ ବୋଲି କେଆର୍‌କେ ଦାବି କରିଛନ୍ତି। ତାଙ୍କର ଏହି ସିନେମାକୁ ହିଟ୍‌ କରିବାକୁ ଶାହରୁଖ୍‌ ତାଙ୍କର ସମସ୍ତ ଦକ୍ଷତା ଓ କୌଶଳ ଅବଲମ୍ବନ କରିଛନ୍ତି ବୋଲି କହି ପ୍ରଶଂସା କରିଛନ୍ତି କେଆର୍‌କେ।