ସାହାରୁଖ ଖାନ ଟ୍ଵିଟ୍‌ କରି ଫ୍ୟାନଙ୍କୁ ମାଗିଲେ କ୍ଷମା ,ଆସନ୍ତୁ ଜାଣିବା କାହିଁକି

ନୂଆଦିଲ୍ଲୀ : ବଲିଉଡ଼ର କିଙ୍ଗ ଖାନ ସର୍ବଦା ତାଙ୍କ ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏପରିକି ଯଦି ତାଙ୍କ କଥା କାହାକୁ ଖରାପ ଲାଗିଥାଏ ଏବଂ ସେ ଜାଣିବାକୁ ପାଇଥାନ୍ତି ଏଥିନେଇ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରିଥାନ୍ତି । ତେବେ ଗତ କାଲି ସାହାରୁଖ ଖାନ ଟ୍ଵିଟ୍‌ ଜରିଆରେ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ।ସାହାରୁଖ ତାଙ୍କ ଆଇପିଏଲ୍‌ ଟିମ କୋଲକତା ନାଇଟ ରାଇଡ଼ର୍ସର ଖରାପ ପ୍ରଦର୍ଶନ ପାଇଁ ଦୁଃଖ ପ୍ରକାଶ କରି ସମର୍ଥକଙ୍କୁ କ୍ଷମା ମାଗିଛନ୍ତି । ଆସନ୍ତୁ ଜାଣିବା କଣ ରହିଥିଲା ସାହାରୁଖଙ୍କ ଟ୍ଵିଟ୍‌ ।

ବର୍ତ୍ତମାନ କ୍ରିକେଟର ମାହାକୁମ୍ଭ ଆଇପିଏଲର ନିଶା ସାରା ଦେଶକୁ ଘାରିଛି। ଖେଳ ପଡ଼ିଆରେ ନିଜ ପସନ୍ଦର ଆଇପିଏଲ ଟିମ୍‌ର ହାର ଜିତ୍‌କୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି କ୍ରିକେଟପ୍ରେମୀ । ଏପରି ହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ଯେତେବେଳେ ଅଭିନେତା ସାହାରୁଖ ଖାନଙ୍କ ଟିମ୍‌ କୋଲକତା ନାଇଟରାଇଡ଼ର୍ସ ଗତ କାଲି ପଡ଼ିଆରେ ଖରାପ ପ୍ରଦର୍ଶନ କରିଥିଲା । ଏଥିପାଇଁ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡ଼ର୍ସର ଖେଳରେ କୋଲକାତାର ବହୁତ ଖରାପ ପଦର୍ଶନ ରହିଥିଲା ।

ଏଥିପାଇଁ ସାହାରୁଖ କେକେଆରର ଟିମ୍‌ ମାଲିକ ଭାବେ ତାହାର ସମର୍ଥକଙ୍କ ପାଇଁ ଟ୍ଵିଟ୍‌ କରିଥିଲେ, “ଯେକୌଣସି ଖେଳ ଏକତା ରହିବା ଉଚିତ। ଏଥିରେ ହାର ହେଉବା ଜିତ୍‌ କିଛି ଫରକ୍‌ ପଡ଼େନା । କିନ୍ତୁ ଆଜି ରାତି କେକେଆର ମାଲିକ ଭାବେ ମତେ ଲାଗୁଛି କି ଆମେ ଭଲ ଖେଳି ପାରିଲୁ ନାହିଁ । ଏଥିପାଇଁ ମୁଁ ମୋର ଏବ କେକେଆର ସମର୍ଥକ ମାନଙ୍କୁ କ୍ଷମା ମାଗୁଛି। ଗତକାଲିର ପରାସ୍ତ ପରେ କେକେଆର ଆଇପିଏଲ ଟପ୍‌-୪ରୁ ବାହାର ହୋଇଯାଇଛି।

ସମ୍ବନ୍ଧିତ ଖବର