ଟକ୍କର ଦେବାକୁ ଆସୁଛି ଶାହରୁଖଙ୍କ ଓଟିଟି ଆପ!

ନୂଆଦିଲ୍ଲୀ: ଶାହରୁଖ ଖାନ ଓଟିଟି ଦୁନିଆରେ ପ୍ରବେଶ କରିଛନ୍ତି । ଏଥର ସେ କୌଣସି ସିନେମା କିମ୍ବା ସିରିଜ୍ ନେଇ ଆସୁନାହାଁନ୍ତି । ବରଂ ସେ ତାଙ୍କର ଓଟିଟି ପ୍ଲାଟଫର୍ମ ଏସଆରକେ ପ୍ଲସ୍ ଲଞ୍ଚ କରିବାକୁ ସୂଚିତ କରିଛନ୍ତି । ଶାହରୁଖ ଖାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି।

शाहरुख खान

ଶାହରୁଖ ଖାନ ଏହି ଘୋଷଣା ସହିତ ତାଙ୍କର ଫଟୋ ଏବଂ ତାଙ୍କ ଓଟିଟି ପ୍ଲାଟଫର୍ମର ଲୋଗୋ ରିଲିଜ କରିଛନ୍ତି। ଏହି ଖବରକୁ ସଲମାନ ଖାନ ମଧ୍ୟ ତାଙ୍କ ଟ୍ୱିଟରେ ସେୟାର କରିଛନ୍ତି।  ସଲମାନ ଖାନ ଶାହରୁଖଙ୍କ ନୂଆ ଓଟିଟି ଆପ ପ୍ରୋଜେକ୍ଟର ଖବର ପାଇବା ପରେ ଶୁଭେଚ୍ଛା ଜଣାଇ, ‘ ଆଜ କି ପାର୍ଟି ତେରି ତରଫ’ ସେ ଲେଖି ଏକ ପୋଷ୍ଟ ମଧ୍ୟ କରିଛନ୍ତି। କୁହାଯାଉଛି କି, କିଙ୍ଗ ଖାନ ବର୍ତ୍ତମାନ ତାଙ୍କ ଓଟିଟି ଆପ୍ ସହିତ ଚହଳ ପକାଇବାକୁ ପ୍ରସ୍ତୁତ ଅଛନ୍ତି।

 

ଶାହରୁଖ ଖାନ ଏହି ସୂଚନା ଦେଇ ଲେଖିଛନ୍ତି, ‘ଓଟିଟି ଦୁନିଆରେ କିଛି ଘଟିବାକୁ ଯାଉଛି’।

ଏଥିରୁ ଅନୁମାନ କରାଯାଉଛି ସେ ଏକ ନୂତନ ଓଟିଟି ପ୍ଲାଟଫର୍ମ ଲଞ୍ଚ କରିବାକୁ ଯାଉଛନ୍ତି । ତାଙ୍କ ପ୍ରଶଂସକମାନେ କହିଛନ୍ତି, କେ୍ୗଣସି ସିନେମା ବାହାର କରନ୍ତୁ ଭାଇ। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘କିଙ୍ଗ ଖାନ ବର୍ତ୍ତମାନ ଓଟିଟି  ଦୁନିଆରେ ରାଜ କରିବେ। ଏହି କ୍ରମରେ ପ୍ରଶଂସକମାନେ ଶାହରୁଖଙ୍କ ପ୍ରୋଜେକ୍ଟକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି |

 

ସମ୍ବନ୍ଧିତ ଖବର