ନୂଆଦିଲ୍ଲୀ: ବଲିଉଡର ବାଦଶାହ କୁହାଯାଉଥିବା ଶାହରୁଖ ଖାନ ଓ ବଲିଉଡର କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫରାହ ଖାନ ଦୁହେଁ ଭଲ ବନ୍ଧୁ। ଦୁହିଁଙ୍କ ଏହି ବନ୍ଧୁତା ଅନେକ ବର୍ଷ ପୁରୁଣା ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଶାହରୁଖ ଖାନ ଫରାହ ଖାନଙ୍କୁ ନିଜର ଭଉଣୀ ମାନିଥାଆନ୍ତି। ସେଥିପାଇଁ ସେ ଫରାହଙ୍କ କନ୍ୟାଦାନ ବି କରିଥିଲେ। ଯାହାକୁ ଖୁବଅଳ୍ପ ଲୋକ ଜାଣିଛନ୍ତି।
ଫରାହ ୨୦୦୪ରେ ଶିରିଷ କୁନ୍ଦରଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ବିବାହକୁ ୨୦ବର୍ଷ ବିତିଯାଇଛି। ନିକଟରେ ଫରାହ ଓ ଶାହରୁଖଙ୍କ ୨୦ବର୍ଷ ପୂର୍ବର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।
ଏହି ଭିଡିଓରେ ସ୍ପଷ୍ଟ ଭାବେ ଶାହରୁଖ ଫରାହଙ୍କ କନ୍ୟାଦାନ କରୁଥିବା ଦେଖିବାକୁ ମିଳୁଛି। କନ୍ୟାଦାନ ପରେ ଶାହରୁଖ ଫରାହଙ୍କୁ ଜଣେ ଭାଇ ଭଳି ଶାଶୁଘରକୁ ବିଦା ବି କରୁଛନ୍ତି। ଏହି ସମୟରେ ଦୁହେଁ ଭାବବିହ୍ବୋଳ ହୋଇଯାଇଥିବା ବି ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓରେ ଶାହରୁଖଙ୍କ ସହିତ ଗୌରୀ ଖାନ ବି ଥିବା ନଜରକୁ ଆସିଛି।
ଏମିତି କି ବିବାହ ପରେ ଅନ୍ତସତ୍ତ୍ବା ହେବା ଖବରକୁ ଫରାହ ପରିବାରଲୋକଙ୍କ ପରେ ପ୍ରଥମେ ଶାହରୁଖଙ୍କୁ ଜଣାଇଥିଲେ। ସେ ସମୟରେ ଦୁହେଁ ସିନେମା ‘ଓମ ଶାନ୍ତି ଓମ’ର ସୁଟିଂରେ ବ୍ୟସ୍ତ ଥିଲେ। ସେଟରେ ଶାହରୁଖ ଫରାହଙ୍କ ଖୁବ ଧ୍ୟାନ ରଖିଥିଲେ। ଯାହାକୁ ଫରାହ ବି ଅନେକ ସାକ୍ଷାତକାରରେ ସ୍ବୀକାର କରି କହିଛନ୍ତି।