ମୁମ୍ବାଇ : ବଲିଉଡ୍ର ବାଦ୍ଶାହା ଶାହାରୁଖ୍ ଖାନ୍ ଦୀର୍ଘ ଦିନ ହେଲାଣି କୌଣସି ଫିଲ୍ମରେ ନଜର ଆସି ନାହାନ୍ତି । ଏହାର କାରଣ ପଚାରିବା ସହ କେବେ ସେ ପରଦାକୁ ଫେରିବେ ସେ ନେଇ ଶାହାରୁଖ୍ଙ୍କ ପ୍ରଶଂସକ ଆଲୋଚନା କରୁଥିବା ବେଳେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଶାହାରୁଖ୍ ।
/sambad/media/post_attachments/wp-content/uploads/2019/06/srk-family-300x225.jpg)
ଶାହାରୁଖ୍ଙ୍କ ଅନୁଯାୟୀ, ମୋ ପାଖରେ ଏବେ କୌଣସି ଫିଲ୍ମ ନାହିଁ । ମୁଁ କୌଣସି ଫିଲ୍ମରେ ଏବେ କାମ କରିବାକୁ ଚାହୁଁ ନାହିଁ । କାରଣ ଏବେ ମୁଁ ମୋ ପରିବାରକୁ ସମୟ ଦେବାକୁ ଚାହୁଁଛି । ମୋ ଝିଅ କଲେଜରେ ପଢ଼ୁଛି ଏବଂ ପୁଅର ପଢ଼ା କିଛି ଦିନ ମଧ୍ୟରେ ଶେଷ ହେବ । ଏଥିପାଇଁ ମୁଁ ସେମାନଙ୍କୁ ସମୟ ଦେବାକୁ ଚାହୁଁଛି । ଗୋଟେ ଫିଲ୍ମ ମିଳିଲେ ସେ ଫିଲ୍ମ ସରୁ ସରୁ ଆମକୁ ଆଉ ଏକ ଫିଲ୍ମ ମିଳି ଯାଇଥାଏ । ଯାହା ପାଇଁ ପରିବାରକୁ ସମୟ ଦେବା ସମ୍ଭବ ହୁଏ ନାହିଁ । ସେଥିପାଇଁ ମୁଁ ଏବେ କିଛି ଦିନ ପର୍ଯ୍ୟନ୍ତ କୌଣସି ଫିଲ୍ମ କରିବି ନାହିଁ । ଏବେ ମୋତେ ଫିଲ୍ମ ଦେଖିବା, କାହାଣୀ ଶୁଣିବା ଏବଂ ଅଧିକରୁ ଅଧିକ ବହି ପଢ଼ିବା ଦରକାର, ଯାହା ମୁଁ କରିବା ଆରମ୍ଭ କରିଛି ।