ମୁମ୍ବାଇ : ଦେଶର ସବୁଠାରୁ ବଡ଼ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କର ନିର୍ବନ୍ଧ ଗତ ଜୁନ୍ ୩୦ରେ ହୋଇଛି । ପ୍ରସିଦ୍ଧ ହୀରା ବ୍ୟବସାୟୀ ରସେଲ ମେହତାଙ୍କ ସାନ ଝିଅ ଶ୍ଲୋକାଙ୍କ ସହ ଆକାଶଙ୍କ ନିର୍ବନ୍ଧ ସଂପନ୍ନ ହୋଇଥିଲା । ଅମ୍ବାନୀ ପରିବାରର ଏହି ଖୁସିରେ ବହୁ ବଡ଼ ବଡ଼ ବଲିଉଡ୍ କଳାକାର,ଖେଳ,ରାଜନୀତି ଏବଂ ବ୍ୟବସାୟ ଦୁନିଆର ବହୁ ପ୍ରସିଦ୍ଧ ବ୍ୟକ୍ତି ସାମିଲ ହୋଇଥିଲେ । ଏହି ଉତ୍ସବର ଅନେକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା କିଛି ଭିଡ଼ିଓ ଭିତରୁ ଗୋଟେ ଭିଡ଼ିଓ ଏମିତି ଥିଲା, ଯେଉଁଥିରେ ବଲିଉଡ୍ର ବାଦ୍ଶାହା ଶାହାରୁଖ୍ ଖାନ୍ ଆକାଶଙ୍କ ସାନ ଭାଇ ଅନନ୍ତ ଅମ୍ବାନୀଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।
/sambad/media/post_attachments/wp-content/uploads/2018/07/srk-612-1530521683-300x225.jpg)
ଭିଡ଼ିଓରେ ଶାହାରୁଖ୍ ଷ୍ଟେଜ୍ ଉପରେ ଠିଆ ହୋଇଥିବା ବେଳେ ତାଙ୍କ ସହ ଥିଲେ ଅନନ୍ତଙ୍କ କଥିତ ପ୍ରେମିକା ରାଧିକା ମର୍ଚ୍ଚାଣ୍ଟ । ଏହି ସମୟରେ ରାଧିକାଙ୍କୁ କେତେ ମିଳିବା ଦରକାର ବୋଲି ପଚାରିବା ପରେ ଅନନ୍ତ ତୁରନ୍ତ ୧୦ ବିଲିୟନ ବୋଲି କହିଥିଲେ । ଏହା ଶୁଣି ଶାହାରୁଖ୍ କହିଥିଲେ ତୁମେ ତ ଟଙ୍କା ଉଡ଼ାଉଛ । ତୁମର କେହି ପ୍ରେମିକା ନାହାନ୍ତି କି? ଏହି ପ୍ରଶ୍ନ ଶୁଣି ଅନନ୍ତ ଚୁପ୍ ହୋଇଯିବା ସହ ଉପସ୍ଥିତ ଥିବା ସବୁ ଲୋକ ହସିବାକୁ ଲାଗିଥିଲେ । ସୂଚନା ମୁତାବକ, କିଛି ଦିନ ତଳେ ରାଧିକା ଏବଂ ଅନନ୍ତଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଚର୍ଚ୍ଚା ହୋଇଥିବା ବେଳେ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି କଥା ଉଠିଥିଲା । କିନ୍ତୁ ପରେ ଏହା ମିଥ୍ୟା ପ୍ରଚାର କହି ରାଧିକା ମୋର ବହୁତ ଭଲ ସାଙ୍ଗ ବୋଲି କହିଥିଲେ ଅନନ୍ତ । ସେହି କଥାକୁ ନେଇ ଶାହାରୁଖ୍ ଏଭଳି ପ୍ରଶ୍ନ କରିଥିବା ଜଣାପଡ଼ିଛି ।