ବାଲକୋନୀକୁ ଆସି ନିଜ ପ୍ରଶଂସକଙ୍କୁ ଇଦ ମୁବାରକ ଜଣାଇଲେ ଶାହାରୁଖ ଓ ସଲମାନ

ମୁମ୍ବାଇ: ପ୍ରତିବର୍ଷ ଇଦ୍ ଦିନ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ଘର ବାହାରେ ଏକ ବିରାଟ ଜନସମାଗମ ହୋଇଥାଏ। କରୋନା ଯୋଗୁଁ, ଗତ ଦୁଇ ବର୍ଷ ଧରି ଏହା ହୋଇପାରି ନଥିଲା | ଏଥର ଯେତେବେଳେ ପରିସ୍ଥିତି ସ୍ୱାଭାବିକ ହୋଇଛି, ଆଜି ସକାଳେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ଘର ବାହାରେ ପ୍ରଶଂସକମାନେ ଏକାଠି ହୋଇଥିଲେ। ସମସ୍ତେ ଅପେକ୍ଷା କରିଥିଲେ କେତେବେଳେ ସେମାନଙ୍କର ଷ୍ଟାର ବାହାରକୁ ଆସିବେ ଏବଂ ଇଦ ମୁବାରକ ଜଣାଇବେ |


ଶେଷରେ, ଆଜି ସନ୍ଧ୍ୟାରେ ପ୍ରାୟ ତିନିବର୍ଷ ପରେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ଘର ‘ମନ୍ନତ’ରୁ ଇଦ୍ ମୁବାରକ କାମନା କରିଥିଲେ। ଫଟୋରେ ଦେଖିବାକୁ ମିଳିଛି ଯେ ସବୁଥର ଭଳି ଶାହାରୁଖ ତାଙ୍କ ଘରର ବାଲକୋନୀକୁ ଆସିଥିଲେ ଓ ପ୍ରଶଂସକମାନଙ୍କୁ ଇଦ ମୁବାରକ ଜଣାଇଥିଲେ |ସେ ହାତ ହଲାଇ ଓ ଫ୍ଲାଇଂ କିସ୍  ଦେଇ ଅଭିବାଦନ କରିଥିଲେ। ଶାହାରୁଖ ମଧ୍ୟ ସମସ୍ତଙ୍କ ସହ ସେଲଫି କ୍ଲିକ୍ କରି ପ୍ରଶଂସକମାନଙ୍କୁ ଖୁସୀ କରାଇ ଦେଇଥିଲେ।

ସମ୍ବନ୍ଧିତ ଖବର