ଶାହରୁଖ୍‌ ଖାନଙ୍କ ଏହି ସିନେମାଗୁଡିକ ପ୍ରଥମ ଦିନ ଭଲ ଚାଲି ନଥିଲା !

ମୁମ୍ବାଇ: ଶାହରୁଖ୍‌ ଖାନଙ୍କ ଏଭଳି ଅନେକ ହିନ୍ଦୀ ସିନେମା ମୁକ୍ତିଲାଭ କରିଛି, ଯାହା ପରେ ବ୍ଲକ ବଷ୍ଟର ମୁଭିର ମାନ୍ୟତା ପାଇଛିି, ମାତ୍ର ସେ ଗୁଡିକର ପ୍ରଥମ ଦିନର କଲେକ୍ସନ ଉତ୍ସାହଜନକ ନ ଥିଲା । ଶାହରୁଖ୍‌ ଖାନଙ୍କ ଏଭଳି ବକ୍ସ ଅଫିସରେ ସ୍ଲୋ ଷ୍ଟାର୍ଟର ବ୍ଲକବଷ୍ଟର ଫିଲ୍ମ ଗୁଡିକ ସଂପର୍କରେ ସୂଚନା..
ପରଦେଶ୍‌ ’- ସୋ’ମ୍ୟାନ୍‌ ସୁଭାଷ ଘାଇଙ୍କ ‘ ପରଦେଶ୍‌’ ଫିଲ୍ମ ମୋଟ୍‌ ୪୧ କୋଟିର ଆୟ କରିଥିଲା, ହେଲେ ଏହାର ପ୍ରଥମ ଦିନର ଆୟ ହେଲା ମାତ୍ର ୬୧ ଲକ୍ଷ ଟଙ୍କା ।
ଦିଲଓ୍ଵାଲେ ଦୁଲହନିଆ ଲେ ଜାଏଙ୍ଗେ : ୧୯୯୫ରେ ମୁକ୍ତିଲାଭ କରିଥିବା ପ୍ରଖ୍ୟାତ ନିର୍ମାତା ୟଶ ଚୋପ୍ରା ଓ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ଏହି ସିନେମା ୧୦୩ କୋଟିର ମୋଟ୍‌ ଆୟ କରିଥିଲା । ହେଲେ ଏହାର ପ୍ରଥମ ଦିନର ଆୟ ଥିଲା ମାତ୍ର ୫୫ ଲକ୍ଷ ଟଙ୍କା ।
ଦିଲ୍‌ ତୋ ପାଗଲ ହେ- ୧୯୯୭ରେ ରିଲିଜ୍‌ ହୋଇଥିବା ୟଶ ଚୋପ୍ରାଙ୍କ ‘ ଦିଲ୍‌ ତୋ’ ପାଗଲ ହେ’ ୭୨ କୋଟି ଟଙ୍କା ଆୟ କରିଥିବା ବେଳେ ଏହାର ପ୍ରଥମ ଦିନର ଆୟ ଥିଲା ମାତ୍ର ୯୮ ଲକ୍ଷ ଟଙ୍କା ।

photo- theexpresstribune

କୁଚ୍ଛ କୁଚ୍ଛ୍‍ ହୋତା ହେ – କରଣ ଜୋହରଙ୍କ ପ୍ରଥମ ସିନେମା ‘ କୁଚ୍ଛ୍‍ କୁଚ୍ଛ୍‍ ହୋତା ହେ’ ବକ୍ସ ଅଫିସରେ ୧୦୬ କୋଟିର ବ୍ୟବସାୟ କରିଥିଲା, ହେଲେ ଏହାର ପ୍ରଥମ ଦିନର ଆୟ ହେଲା ୮୭ ଲକ୍ଷ ଟଙ୍କା ।

ସମ୍ବନ୍ଧିତ ଖବର